Latest Odisha News

BREAKING NEWS

ରାଜଧାନୀର ରାସ୍ତାକଡ଼ରେ ବିକୁଥିଲେ କଦଳୀ, କାର୍ ଧକ୍କାରେ ଚାଲିଗଲା ପ୍ରାଣ

ଭୁବନେଶ୍ୱର: ରାଜଧାନୀରେ ସିରିଜ୍ ଦୁର୍ଘଟଣାକୁ ନେଇ ଉତ୍ତେଜନା ଦେଖିବାକୁ ମିଳିଛି । ଏକ କାର୍ ଧକ୍କାରେ ଜଣେ କଦଳୀ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି । ରାଜମହଲ ଛକ ନିକଟରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି ।

ସୂଚନା ଅନୁସାରେ, ସକାଳେ ରାଜମହଲ ପଟୁ କଳ୍ପନା ଆଡ଼କୁ ଯାଉଥିବା ଏକ କାର୍ ବିଦ୍ୟୁତ୍ ଖୁଣ୍ଟରେ ପିଟି ହୋଇଥିଲା । ପରେ କଦଳୀ ବିକ୍ରି କରୁଥିବା ଠେଲାରେ ଧକ୍କା ହୋଇଥିଲା । ଫଳରେ କଦଳୀ ବିକାଳି ଜଣଙ୍କ ୧୦ ଫୁଟ ଦୂରକୁ ଛିଟକି ପଡ଼ିଥିଲେ । ପ୍ରଚୁର ରକ୍ତସ୍ରାବ ହୋଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି ।

ସେହିଭଳି କାରଟି ରାସ୍ତାରେ ଯାଉଥିବା ଏକ ବାଇକକୁ ଧକ୍କା ଦେଇଥିଲା । ବାଇକରେ ଥିବା ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସ୍ଥାନୀୟ ଲୋକଙ୍କ ଅନୁସାରେ, କାର୍ ଚାଳକ ନିଶାଗ୍ରସ୍ତ ଅବସ୍ଥାରେ ଥିବାରୁ ଦୁର୍ଘଟଣା ଘଟିଛି । ଖବର ପାଇ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.