Latest Odisha News

ଏବେ ବି ଭାରତରେ ସକ୍ରିୟ ଅଛନ୍ତି ୮୦ ଚୀନ କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଏବେ ବି ୮୦ ଚୀନ କମ୍ପାନୀ ସକ୍ରିୟ ଅଛନ୍ତି ବୋଲି ଭାରତର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାଜ୍ୟସଭାରେ କହିଛନ୍ତି । ପୂର୍ବରୁ ୯୨ କମ୍ପାନୀ ରିଜର୍ଭ ବ୍ୟାଙ୍କରୁ ଅନୁମତି ନେଇ ଭାରତରେ ବ୍ୟବସାୟ କରୁଥିଲେ । ଭାରତୀୟ କମ୍ପାନୀଙ୍କୁ ଚୀନ ସହ କାରୋବାର ନ କରିବା ପାଇଁ କୌଣସି ପ୍ରକାର ନିର୍ଦ୍ଦେଶନାମା ଜାରି କରାଯାଇ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ମାତ୍ର ଡିପାର୍ଟମେଂଟ ଫର ପ୍ରମୋଶନ ଅଫ ଇଣ୍ଡଷ୍ଟ୍ରି ଆଣ୍ଡ ଇଂଟରନାଲ ଟ୍ରେଡ ନୀତିରେ କିଛିଟା ପରିବର୍ତନ କରାଯାଇଛି । ଯେଉଁ ଦେଶର ସୀମା ଭାରତ ସହ ଲାଗି କରି ଅଛି ସେମାନଙ୍କ ପାଇଁ ଏଫଡିଆଇ ପାଇଁ ସରକାରଙ୍କ ଅନୁମତି ଜରୁରୀ । କରୋନା ମହାମାରୀ ପରେ ୧୨,୦୦୦ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଭାରତ ସରକାର ନିକଟରେ ପଡି ରହିଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

Comments are closed.