Latest Odisha News

BREAKING NEWS

ଭଜନ ସମ୍ରାଟ ଅନୁପ ଜଲୋଟା ପାଇବେ ଗୁରୁ ଦେବପ୍ରସାଦ ସମ୍ମାନ

ଭୁବନେଶ୍ୱର :ଜୀବନ ବ୍ୟାପୀ ସଙ୍ଗୀତ ସାଧନା ପାଇଁ  ଭଜନ ସମ୍ରାଟ ପଦ୍ମଶ୍ରୀ ଅନୁପ ଜଲଟାଙ୍କୁ ଏ ବର୍ଷ ଲାଇଫ ଟାଇମ ଆଚିଫମେଣ୍ଟ ପୁରସ୍କାର ମିଳିବ।ଏଥିପାଇଁ ତାଙ୍କୁ ଏକ ଫଳକ ଅଙ୍ଗବସ୍ତ୍ର ଏବଂ ଏକଲକ୍ଷ ଟଙ୍କାର ନଗଦ ପୁରସ୍କାର ଦିଆଯିବ।ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୧୪ତମ ଗୁରୁ ଦେବପ୍ରସାଦ ସମ୍ମାନ ସାମାରୋହ ୨୦୨୦ରେ ଏହି ପୁରସ୍କାର ପ୍ରଦାନ କରାଯିବ।

ଭୁବନେଶ୍ୱରରେ ଅବସ୍ଥାପିତ ତ୍ରିଧାରା ଓଡିଶୀ ନୃତ୍ୟ ଅନୁଷ୍ଠାନ ପକ୍ଷରୁ ୧୪ତମ ଗୁରୁ ଦେବପ୍ରସାଦ ସମ୍ମାନ ସାମାରୋହ ୨୦୨୦ ଫେବୃଆରୀ ୧୩ ରୁ ୧୫ ମଧ୍ୟରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହେବ ବୋଲି  ସୂଚନା ଦିଆଯାଇଛି । ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ପ୍ରତିବର୍ଷ କେତେକ ପ୍ରମୁଖ  ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ତଥା ନୃତ୍ୟଗୁରୁଙ୍କୁ ଏବଂ ଅନ୍ୟ କଳାକାରଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଏ।  ପୁରସ୍କାର ହିସାବରେ ଏକ ଫଳକ , ଅଙ୍ଗବସ୍ତ୍ର ଏବଂ ୫୦,୦୦୦ ଟଙ୍କା ଦିଆଯାଏ।

ପଣ୍ଡିତ ତରୁଣ ଭଟ୍ଟାଚାର୍ଯ୍ୟ, ବିଦୁଶୀ ଶ୍ୟାମାମଣି ପଟ୍ଟନାୟକ  ପଣ୍ଡିତ ଦାମୋଦର ହୋତା, ପଣ୍ଡିତ ପ୍ରସେନଜିତ ପୋଦ୍ଦାର , ଡ. ଗୋପାଳ ଚନ୍ଦ୍ର ପଣ୍ଡା , ବିଦୁଶୀ ସଙ୍ଗୀତା ପଣ୍ଡା , ଡ. ପ୍ରଫୁଲ୍ଲ କର , ଗୁରୁ ଅରୁଣା ମହାନ୍ତି ,ବିଦୁଶୀ ଶୋଭା କୋଶେର , ବିଦୁଶୀ ଗୋପିକା ବର୍ମା , ବିଦୁଶୀ ପ୍ରୀତି ପଟେଲ , ଗୁରୁ ଘନକାନ୍ତ ବୋରା ଏବଂ ଗୁରୁ ପ୍ରତିଭା ପଣ୍ଡାଙ୍କୁ ୨୦୨୦ ବର୍ଷ ପାଇଁ ଏହି ପୁରସ୍କାର ପ୍ରଦାନ କରାଯିବ।

 

Leave A Reply

Your email address will not be published.