Latest Odisha News

BREAKING NEWS

ଶାଢୀ ପିନ୍ଧି ହାତରେ ତ୍ରିରଙ୍ଗା ଧରି ମାରାଥନରେ ଦୌଡୁଛନ୍ତି ୮୦ ବର୍ଷର ବୃଦ୍ଧା

ମୁମ୍ବାଇ: ମାରାଥନରେ ଦୌଡୁଛନ୍ତି ମହିଳା । ଆପଣ ଭାବୁଥିବେ ଏଥିରେ ନୂଆ କ’ଣ ଅଛି ? ଗୋଟିଏ ନୁହେଁ ଅନେକ କିଛି ନୂଆ ଘଟଣା ଏହି ମାରାଥନ ଦୌଡରେ ଯୋଡି ହୋଇ ରହିଛି । ଏହାର ଭିଡିଓ​ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମହିଳା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ତାଙ୍କର ବୟସ । ୮୦ ବର୍ଷ ବୟସରେ ବୃ୍ଦ୍ଧା ଜଣକ ଶାଢୀ ପିନ୍ଧି ମାରାଥନରେ ଦୌଡୁଥିବା ଦେଖିବାକୁ ମିଳିଛି ।

​ ବୟସର ଅପରାହ୍ନରେ ବୃଦ୍ଧ-ବୃଦ୍ଧାମାନେ ସାଧାରଣତଃ ଗୋଟିଏ ଜାଗାରେ ବସି ଭଗବାନଙ୍କୁ ଧ୍ୟାନ କରିବାକୁ ପସନ୍ଦ କରିଥାନ୍ତି । ହେଲେ  ଏଇ ବୃଦ୍ଧା ଜଣକ  ୮୦ବର୍ଷ ବୟସରେ ମାରାଥନରେ ଦୈଡୁଛନ୍ତି ତାହା ପୁଣି ଶାଢୀ ପିନ୍ଧି । ବୟସ ସିନା ଅଧିକ ହେଲେ ମନ ଆଜି ବି ଯୌବନର ଜୋଶ ।

ମହିଳାଙ୍କ ନାଁ ହେଉଛି ଭାରତୀ  ।   ଗତ ରବିବାର ମୁମ୍ବାଇରେ ଆୟୋଜିତ ହୋଇଥିବା ଟାଟା ମୁମ୍ବାଇ ମାରାଥନରେ ସେ ଅଂଶଗ୍ରହଣ କରିଥିଲେ । ମାରାଥନରେ ପ୍ରାୟ ୫୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ । ବୃଦ୍ଧା ମହିଳା ୫୧ ମିନିଟରେ ପ୍ରାୟ ୪.୨କିଲୋମିଟର ଦୈାଡ଼ିଥିଲେ ।

ଡିମ୍ପଲ୍ ମେହେଟ୍ଟା ଫର୍ଣ୍ଣାଣ୍ଡିସ୍ ନାମକ ଜଣେ ଇନଷ୍ଟାଗ୍ରାମ ବ୍ୟବହାରକାରୀ ଏହି ଭିଡିଓକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଭିଡିଓରେ ଦେଖିବାକୁ ମିଳୁଛି ଯେ ବୃଦ୍ଧା ଜଣକ କିପରି ଶାଢ଼ି ପିନ୍ଧି ଦୌଡ଼ୁଛନ୍ତି। ଏହି ଭିଡିଓ ସେୟାର କରି ସେ ଲେଖିଛନ୍ତି, ‘ ୮୦ ବର୍ଷ ବୟସ୍କା ଜେଜେମା ଟାଟା ମାରାଥନରେ ଅଂଶଗ୍ରହଣ କରିବା ଦେଖି ମୁଁ ବହୁତ ଖୁସି।’

ଏହି ଭିଡିଓ ଦେଖିବା ପରେ ସୋସିଆଲ ମିଡିଆ ବ୍ୟବହାରକାରୀ ଏହାକୁ ଖବୁ ପସନ୍ଦ କରିଛନ୍ତି। ଏଥିସହିତ ଜଣେ ଲେଖିଛନ୍ତି, ‘ ବହୁତ ସୁନ୍ଦର ଏବଂ ପ୍ରେରଣାଦାୟକ ଭିଡିଓ ।’ ଅନ୍ୟ ଜଣେ ଲେଖିଛନ୍ତି, ‘ମୁଁ ବୃଦ୍ଧାଙ୍କ ଉପରେ ବହୁତ ପ୍ରଭାବିତ । ଜୀବନରେ ସର୍ବଦା ସକାରାତ୍ମକ ହେବା ଉଚିତ୍ ।’

Leave A Reply

Your email address will not be published.