Latest Odisha News

BREAKING NEWS

ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ଶ୍ୱଶୁର

କଟକ: ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ଶ୍ୱଶୁର ଶ୍ରୀକାନ୍ତ ମିଶ୍ର ଆଣିଛନ୍ତି ସାଂଘାତିକ ଅଭିଯୋଗ । କନ୍ୟା ସନ୍ତାନ ଜନ୍ମ ହେବା ପରଠାରୁ ହ୍ୟୁମାନ ପତ୍ନୀଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ । ପତ୍ନୀ ଶ୍ରୀୟଙ୍କୁ ମାରଧର କରିବା ସହ ଧର୍ମ ପରିବର୍ତ୍ତନ କରିବା ପାଇଁ ଚାପ ପକାଉଥିଲେ । ଏପରିକି ଝିଅକୁ ମାରିଦେବା ପାଇଁ ଉଦ୍ୟମ କରୁଥିବା ଅଭିଯୋଗ ଆଣିଛନ୍ତି ଶ୍ରୀୟାଙ୍କ ବାପା ।

ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ଶ୍ରୀୟା ମିଶ୍ର ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ଅଭିଯୋଗ ଆଣିବା ପରେ ଉଭୟଙ୍କୁ ଆଜି କଟକ ମହିଳା ଥାନାରେ ହାଜର ହେବା ପାଇଁ ସମନ ହୋଇଥିଲା । ଏହି ଅବସରରେ ଶ୍ରୀୟାଙ୍କ ବାପା ଓ ତାଙ୍କ ଓକିଲ ହ୍ୟୁମାନଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ।

ହ୍ୟୁମାନ ସାଗର ମଦ ପିଇ ପତ୍ନୀଙ୍କୁ ମାରଧର କରନ୍ତି । ତାଙ୍କର ଅନ୍ୟ ଝିଅ ସହ ସମ୍ପର୍କ ଥିବା ଏବଂ  ବାହାଘର ପରେ ହ୍ୟୁମାନ କୁଆଡେ ଯୌତୁକ ଦାବି କରୁଥିବା  ପରି ଅଭିଯୋଗ ଆଣିଛନ୍ତି ଶ୍ରେୟାଙ୍କ ପରିବାର ଲୋକେ ।

ଅନ୍ୟପକ୍ଷେ ହ୍ୟୁମାନ ଗଣମାଧ୍ୟମ ସାମ୍ନାରେ ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ଏ ବିଷୟରେ କିଛ ଜାଣିନାହାନ୍ତି । ପୋଲିସ ସମନ ପାଇ ଥାନାକୁ ଆସିଚନ୍ତି । ପୋଲିସ ସହ ଆଲୋଚନା ପରେ ଯାହା କହିବେ ବୋଲି କହିଛନ୍ତି ହ୍ୟୁମାନ ସାଗର ଓ ତାଙ୍କ ଓକିଲ  ।

ଓଡ଼ିଶାର ଲୋକପ୍ରିୟ ଗାୟକ ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ ଆଣିବା ପରେ କଟକ ମହିଳା ଥାନାରେ ଆଜି ହାଜର ହୋଇଛନ୍ତି ହ୍ୟୁମାନ ସାଗର ଓ ପତ୍ନୀ । ଥାନାରେ ହାଜର ହେବା ପାଇଁ ତାଙ୍କୁ ସମନ ହୋଇଥିଲା ।  ପତ୍ନୀ ଶ୍ରୀୟା ମିଶ୍ର ତାଙ୍କ ବିରୋଧରେ ଘରୋଇ ହିଂସା ଓ ଦାମ୍ପତ୍ୟ କଳହ ଅଭିଯୋଗ ଆଣିଥିଲେ ।

 

Leave A Reply

Your email address will not be published.