Latest Odisha News

BREAKING NEWS

ଶିକାରୀଙ୍କ ଟାର୍ଗେଟରେ ବାଘ; ବାରିପଦା ପରେ ମାଲକାନଗିରିରୁ ଜବତ ହେଲା ବାଘ ଛାଲ

 

ମାଲକାନଗିରି : ଶିକାରୀଙ୍କ ଟାର୍ଗେଟରେ ବାଘ ।   ବାଘ ମାରି ବିକ୍ରି କରୁଛନ୍ତି ବାଘ ଛାଲ । ବନ ବିଭାଗ ଆଖି ସାମ୍ନାରେ ଏପରି କାମ ବାରମ୍ବାର ଘଟିଚାଲିଛି । ଗତକାଲି ବାରିପଦାରୁ ବାଘ ଛାଲ ଜବତ ହେବା ପରେ ଆଜି ମାଲକାନଗିରିରୁ  ଜବତ ହୋଇଛି ବାଘ ଛାଲ । ମାଲକାନଗିରି ଜିଲ୍ଲା ମୋଟୁ ବନାଞ୍ଚଳ ଅନ୍ତର୍ଗତ ପୋଟେରୂ କେନାଲ ରାସ୍ତାରୁ କଲରା ପତରିଆ ବାଘ ଛାଲ ଜବତ କରିଛି ବନ ବିଭାଗ । ଜବତ ବାଘ ଛାଲଟିର ଲମ୍ବ ୧ ଫୁଟ୍‌ ୧୩ ମିଟର ହୋଇଥିବା ଜଣାପଡିଛି ।

ଅଭିଯୁକ୍ତମାନେ ହେଲେ ମାଲକାନଗିରି ଜିଲ୍ଲା ମାଙ୍ଗିପାଲି ଗାଁର  ମୁକେଶ ମାଡକାମି, ପେଣ୍ଟା ମାଡକାମି ଓ ଦୁଲା ମାଡକାମି ବୋଲି ଜଣାପଡ଼ିଛି । ମୋଟର ସାଇକେଲରେ ଏହି ବାଘ ଛାଲ ନେଇ ଆନ୍ଧ୍ର ପ୍ରଦେଶ ବିକ୍ରି କରିବାକୁ ଯାଉଥିବା ବେଳେ ବନବିଗଭାଗର ଚଢାଉ ।

ଏକ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଏହାକୁ ଜବତ କରିଛି । ଗିରଫ ହୋଇଥିବା ଅଭିଯୁକ୍ତ ତିନି ଜଣଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯିବ ବୋଲି ମାଲକାନଗିରି ଡିଏଫଓ କହିଛନ୍ତି ।

ସେପଟେ ସମାନ ଘଟଣା ବାରିପଦାରେ ଦେଖିବାକୁ ମିଳିଥିଲା ।  ମଙ୍ଗଳବାର ରାତିରେ ଖୁଣ୍ଟା ପୋଲିସ  ସ୍ଥାନୀୟ ବଡ଼ଅଳିଆ ଗ୍ରାମରେ ଚଢ଼ାଉ କରିଥିଲା । ଗ୍ରାମର ଚିତ୍ତରଞ୍ଜନ ସାହୁ ଓ ତ୍ରିଲୋଚନ ସାହୁଙ୍କ ଘରୁ ବାଘ ଛାଲ ଜବତ କରିଥିଲା । ସେମାନେ ଘରେ ଏକ ବାକ୍ସରେ ଏହି ବାଘ ଛାଲକୁ ରଖିଥିଲେ । ଏହି ଘଟଣାରେ ପୋଲିସ ଚିତ୍ତରଞ୍ଜନ ଓ ତ୍ରିଲୋଚନଙ୍କୁ ଗିରଫ କରିଥିଲା । ପରେ ବାଘ ଛାଲ ସେମାନଙ୍କୁ ବିକ୍ରି କରିଥିବା ବେପାରୀ ଗେଣ୍ଡୁରୁଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ ।

ସେମାନଙ୍କ ନିକଟରୁ ଏକ ଲକ୍ଷରୁ ଊର୍ଦ୍ଧ ଟଙ୍କା ମଧ୍ୟ ଜବତ କରିଥିଲା । ଜବତ ବାଘଛାଲଟି ଏକ କଲରାପତରିଆ ବାଘର ହୋଇଥିବା ବେଳେ ଏହାର ଲମ୍ବ ୧୬୫ ସେଣ୍ଟିମିଟର । ଏହି ବାଘର ବୟସ ୭ ରୁ ୮ ବର୍ଷ ହେବ ବୋଲି ଅନୁମାନ କରାଯାଇଛି ।

 

Leave A Reply

Your email address will not be published.