Latest Odisha News

BREAKING NEWS

ରାଜ୍ୟ ବାହାରୁ ଫେରିଥିଲେ ପ୍ରଶାସନକୁ ଜଣାଇବା ପାଇଁ ଆହ୍ୱାନ ଦେଲେ ଡିଏମଇଟି

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ଦୈନିକ ସଂକ୍ରମଣ ବଢୁଥିବାରୁ ମୁକାବିଲା ନେଇ ସରକାର ସଜାଗ ଅଛନ୍ତି । ବାହାରୁ ଫେରୁଥିବା ଲୋକଙ୍କ ଉପରେ ଏବେ ନଜର । କାହାର ଘରକୁ କିମ୍ବା ଘର ପାଖରେ କେହି ବାହାରୁ ଫେରିଥିଲେ ତୁରନ୍ତ ପ୍ରଶାସନକୁ ଜଣାଇବାକୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି, ଏହାଦ୍ୱାରା ସେମାନଙ୍କ ନମୁନା ପରୀକ୍ଷା କରି ଆଇସୋଲେସନ କରାଯାଇ ପାରିବ ।

ଏହାସହ ସାମାଜିକ ଦୂରତା ରକ୍ଷା ସହ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ ଜନସାଧାରଣଙ୍କୁ କହିଛନ୍ତି ଡିଏମଇଟି ନିର୍ଦ୍ଦେଶକ । ଏହାବ୍ୟତତୀ ସେ କହିଛନ୍ତି, ଟିକାକରଣକୁ ବ୍ୟାପକ କରାଯାଉଛି । ବୟସ୍କ ଲୋକ ଟିକା ନେବାକୁ ଭୟ କରୁଛନ୍ତି । କେବଳ ସ୍ୱାସ୍ଥ୍ୟ ବିଭାଗ ନୁହେଁ, ସମସ୍ତେ ବରିଷ୍ଠ ନାଗରିକଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସନ୍ତୁ । ଟିକାର କେଉଁଠି ବି ପାର୍ଶ୍ଵ ପ୍ରତିକ୍ରିୟା ହୋଇନି । ଟିକା ନେଲେ ସଂକ୍ରମଣରୁ ସୁରକ୍ଷିତ ରହିବେ ।

ଆଗକୁ ଦୋଷ ପୂର୍ଣ୍ଣିମା ଆସୁଥିବାରୁ ଘରେ ରହି ହୋଲି ଖେଳିବାକୁ ପରାମର୍ଶ ଦେଇଛନ୍ତି ଡିଏମଇଟି । କୋଭିଡ୍ ନିୟମ ମାନନ୍ତୁ । ନିଜେ ସଜାଗ ରହିବାହୁ ହେବ । କରୋନା ବିରୋଧୀ ଲଢେଇ ଜାରି ରହିବ ଓ ଚିକିତ୍ସା ପାଇଁ ଆବଶ୍ୟକ ଭିତ୍ତିଭୂମି ଉପରେ ଧ୍ୟାନ ଦିଆଯାଇଥିବା କହିଛନ୍ତି ଡିଏମଇଟି ।

Leave A Reply

Your email address will not be published.