Latest Odisha News

BREAKING NEWS

୮୨ ବର୍ଷର ରେକର୍ଡ ଭାଙ୍ଗିଲା ଆମେରିକାର ବରଫ ଝଡ଼; -୪୫ ଡିଗ୍ରୀ ଛୁଇଁବ ତାପମାତ୍ରା

ୱାଶିଂଟନ୍: ଆମେରିକାରେ ଭୟଙ୍କର ହେଉଛି ବରଫ ଝଡ। ବରଫପାତ ଯୋଗୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି। ପ୍ରବଳ ଥଣ୍ଡାରେ ଜୁଝି ହେଉଛନ୍ତି ଲୋକ । ବରଫ ଝଡ଼ ଯୋଗୁ ପ୍ରାୟ ୭ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ସପ୍ତାହକ ମଧ୍ୟରେ ୨୧ ଇଞ୍ଚରୁ ଅଧିକ ବରଫପାତ ହୋଇଛି, ଯାହା କି ୮୨ ବର୍ଷ ପୁରୁଣା ରେକର୍ଡ ଭାଙ୍ଗିଛି । ଏହା ପୂର୍ବରୁ ୧୯୪୨ ମସିହାରେ ଏତେ ମାତ୍ରାରେ ବରଫପାତ ହୋଇଥିଲା । ଏଯାଏ ୪,୭୦୦ରୁ ଉର୍ଦ୍ଧ୍ଵ ବିମାନର ଉଡ଼ାଣ ବାତିଲ କରାଯାଇଛି । ଅଢ଼େଇ ଲକ୍ଷରୁ ଅଧ‌ିକ ଘରେ ବିଜୁଳି ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି ।

ବିଶେଷ କରି ପୂର୍ବ ଆମେରିକାର ଅଧିକାଂଶ ଅଞ୍ଚଳରେ ବରଫ ଝଡ଼ ଜାରି ରହିଛି । ରାସ୍ତାରେ ଉପରେ ବରଫର ପାହାଡ଼ ସୃଷ୍ଟି ହୋଇଛି । ବିଲ୍ଡିଂ, ଗଛ, ବିଦ୍ୟୁତ ଖୁଣ୍ଟ ଆଦି ବିଭିନ୍ନ ସ୍ଥାନରେ ବରଫ ଜମି ରହିଛି । ଫଳରେ ଲୋକଙ୍କ ଘରୁ ବାହାରି ମୁସ୍କିଲ ହେଉଛି । ପଶ୍ଚିମ ନ୍ୟୁୟର୍କ ସିଟି ବିଶେଷ ଭାବେ ପ୍ରଭାବିତ ହୋଇଛି । କୁହୁଡି ଯୋଗୁ ଦୁର୍ଘଟଣା ଘଟୁଥିବା ସ୍ଥାନ ମାନଙ୍କରେ ଉଦ୍ଧାରକାରୀ ଦଳ ପହଞ୍ଚିବା ସମ୍ଭବ ହେଉନାହିଁ । ଭୟଙ୍କର ବରଫ ଝଡ଼ରେ ମୃତ୍ୟୁ ସଂଖ୍ୟା ବଢିବାରେ ଲଗିଛି । ପ୍ରବଳ ଥଣ୍ଡାରେ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

ଆମେରିକା ପାଣିପାଗ ବିଭାଗ ଅନୁମାନ କରିଛି ଯେ, ଏପରି ବରଫପାତ ଲାଗିରହିଲେ ତାପମାତ୍ରା ବିଯୁକ୍ତ ୪୫ ଡିଗ୍ରୀ ସେଲ୍‌ସିୟସ ପର୍ଯ୍ୟନ୍ତ ଖସିଯାଇପାରେ । ଆଗକୁ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଥ‌ିବାବେଳେ ପ୍ରତିକୂଳ ପାଣିପାଗ ଯୋଗୁ ଏହି ଅଭିଯାନ ପ୍ରଭାବିତ ହୋଇଛି । ଏକାଧିକ ରାଜ୍ୟରେ ଜରୁରିକାଳୀନ ସ୍ଥିତି ଲାଗୁ କରାଯାଇଛି ।

Leave A Reply

Your email address will not be published.