Latest Odisha News

BREAKING NEWS

ବିହାରରେ ବଜ୍ରାଘାତରେ ୮୩ ମୃତ

ବିହାର: ଆକାଶରୁ ଛିଣ୍ଡିଲା ମୃତ୍ୟୁ । ବିହାରରେ ବଜ୍ରପାତରେ ୮୩ ଲୋକଙ୍କୁ ମୃତ୍ୟୁ ହୋଇଛି । ବହୁ ଲୋକ ଆହତ ହୋଇଛନ୍ତି । ଗୋଟିଏ ଦିନରେ ଏତେ ସଂଖ୍ୟକ ଲୋକଙ୍କ ମୃତ୍ୟୁକୁ ନେଇ ସାରା ଦେଶରେ ଚର୍ଚ୍ଚା । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏଭଳି ଖବର ଆସିଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ରିପୋର୍ଟ ଅନୁସାରେ, ୨୩ଟି ଜିଲ୍ଲାର ଦେଖିବାକୁ ମିଳିଥିଲା ବଜ୍ରପାତର ପ୍ରକୋପ । ଗୋପାଳଗଞ୍ଜ ଜିଲ୍ଲାରେ ବଜ୍ରାଘାତରେ ସର୍ବାଧିକ ଲୋକ ମୃତାହତ ହୋଇଥିବା ସୂଚନା ମିଳିଛି । ସେହିପରି କାଳବୈଶାଖୀ ପ୍ରଭାବରେ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ବି ହୋଇଛି ।

ଏହି ଘଟଣା ପରେ ଦୁଃଖ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ଅସୁସ୍ଥଙ୍କ ଦ୍ରୁତ ଆରୋଗ୍ୟ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରିଲିଫ ଓ ପୁନରୁଦ୍ଧାର କାର‌୍ୟ୍ୟ କରୁଛନ୍ତି ।

ସେପଟେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମୃତକଙ୍କ ଉଦ୍ଦେଶ୍ୟରେ ୪ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ।

Leave A Reply

Your email address will not be published.