Latest Odisha News

BREAKING NEWS

ବ୍ରହ୍ମପୁର ସହର ୪ ଦିନ ପାଇଁ ସମ୍ପୂର୍ଣ୍ଣ ସଟ୍‌ଡାଉନ୍

ବ୍ରହ୍ମପୁର: ପ୍ରତିଦିନ ରେଶମ ସହର ବ୍ରହ୍ମପୁରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ସହର ୪ ଦିନ ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ।

ଆସନ୍ତାକାଲିଠାରୁ ମଙ୍ଗଳବାର ପର୍ଯ୍ୟନ୍ତସମ୍ପୂର୍ଣ୍ଣ ସଟ୍ ଡାଉନ ରହିବ ପୁରା ସହର । ଏହି ସମୟରେ ସହରରେ ୭୦ଟି ଡାକ୍ତରୀ ଟିମ୍ ଘରକୁ ଘର ବୁଲି ଲୋକଙ୍କ ସ୍କ୍ରିନିଂ କରିବେ । କେବଳ ଔଷଧ ଦୋକାନ ଓ କ୍ଷୀର ବଣ୍ଟନ ବ୍ୟବସ୍ଥା ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।

କେବଳ ଗଂଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏବେ ୧୦୮୮ ଛୁଇଁଲାଣି ।

Leave A Reply

Your email address will not be published.