Latest Odisha News

BREAKING NEWS

ଅଗଷ୍ଟ ୧୨ ଯାଏ ରେଗୁଲାର ଟ୍ରେନ୍ ଚଳାଚଳ ବନ୍ଦ

ନୂଆଦିଲ୍ଲୀ: ଟ୍ରେନ୍ ଯାତ୍ରୀ ଗଣ ଦୟାକରି ଧ୍ୟାନ ଦିଅନ୍ତୁ । ଅଗଷ୍ଟ ୧୨ ତାରିଖ ପର୍ରଯ୍ୟନ୍ତ ଦେଶରେ ବନ୍ଦ ରହିବ ସମସ୍ତ ରେଗୁରାଲ ଟ୍ରେନ୍ ଚଳାଚଳ । ଗଡ଼ିବନି ମେଲ୍ ଏକ୍ସପ୍ରେସ, ଲୋକାଲ୍ ଟ୍ରେନ୍, ଇଏମୟୁ ଟ୍ରେନ୍ । ଦେଶରେ କରୋନା ସଂକ୍ରମଣ ବଢୁଥିବାରୁ ଏଭଳି ନିଷ୍ପତ୍ତି ନେଇଛି ରେଲଓ୍ୱେ ବୋର୍ଡ । ଏହାସହ ଯଦି କେହି ୧୨ ଅଗଷ୍ଟ ଭିତରେ ରେଗୁଲାର ଟ୍ରେନରେ ବୁକିଂ କରିଥିଲେ ସେମାନଙ୍କୁ ଶତ ପ୍ରତିଶତ ରିଫଣ୍ଡ ମିଳିବ ।

ଏହି ସମୟ ଭିତରେ ଦେଶରେ ରାଜଧାନୀ ଟ୍ରେନ୍ ଓ ଜୁନ୍ ୧ ତାରିଖରୁ ଚାଲୁଥିବା ସ୍ପେଶାଲ୍ ମେଲ/ଏକ୍ସପ୍ରେସ ଟ୍ରେନ୍ ଭଳି ଚାଲିବ । ପୂର୍ବରୁ ଗତ ମେ ୧୩ ତାରିଖରେ ଜାରି ନିର୍ଦ୍ଦେଶନାମାରେ ରେଲଓ୍ୱେ ବୋର୍ଡ କହିଥିଲା ଯେ, ଜୁନ୍ ୩୦ ଯାଏ ନିୟମିତ ଚଳାଚଳ କରୁଥିବା ଟ୍ରେନର ବୁକିଂକୁ ବାତିଲ କରାଯାଇଛି । ଏହାସହ ଯାତ୍ରୀଙ୍କୁ ପୂରା ଟଙ୍କା ଫେରସ୍ତ ଦିଆଯିବ ।

Leave A Reply

Your email address will not be published.