Latest Odisha News

୪୬ ବର୍ଷ ସାନ ଯୁବକଙ୍କୁ ବିବାହ କଲେ ୮୩ ବର୍ଷୀୟା ବୃଦ୍ଧା, ଜେଜେମା-ନାତି ଯୋଡି ଭାବେ ବେଶ୍ ପରିଚିତ

ବ୍ରିଟେନ୍‌: କୁହାଯାଏ ପ୍ରେମ ଅନ୍ଧ, କାରଣ ପ୍ରେମରେ ଯିଏ ପଡ଼େ ଜାତି, ଧର୍ମ, ସମ୍ପ୍ରଦାୟ, ବୟସ, ରଙ୍ଗ, ଏବଂ ଲିଙ୍ଗ ମଧ୍ୟ ଦେଖନ୍ତି ନାହିଁ । କିନ୍ତୁ ବିଟ୍ରେନର ଏମିତି ଜଣେ ବୃଦ୍ଧା ପ୍ରେମରେ ଏତେ ଅନ୍ଧ ଯେ, ନାତି ବୟସର ପୁଅକୁ ଅର୍ଥାତ୍ ତାଙ୍କଠାରୁ ୪୬ ବର୍ଷ ସାନ ଜଣେ ଯୁବକଙ୍କୁ ଭଲ ପାଆନ୍ତି । ଶେଷରେ ବିବାହ ବି କରିଛନ୍ତି, ଯାହାକୁ ନେଇ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା । ଏମାନେ  ଜେଜେମା ଓ ନାତି ଯୋଡ଼ି ଭାବେ ବେଶ୍ ପରିଚିତ ।

ବ୍ରିଟେନର ବାସିନ୍ଦା ୮୩ ବର୍ଷୀୟା ଆରେସ୍ ଜୋନ୍ସ । ୨୦୧୯ ମସିହାରେ ସେ ଫେସବୁକ୍ ମାଧ୍ୟମରେ ଇଜିପ୍ଟର ବାସିନ୍ଦା ମହମ୍ମଦ ଇବ୍ରାହିମଙ୍କୁ ଭେଟିଥିଲେ । ସେତେବେଳେ ଆରେସ୍‌ଙ୍କୁ ୭୯ ବର୍ଷ ହୋଇଥିବାବେଳେ ମହମ୍ମଦଙ୍କୁ ୩୩ ବର୍ଷ ହୋଇଥିଲା । ଦୁହେଁ ପରସ୍ପର ସହ କଥା ହେବା ଆରମ୍ଭ କଲେ । ପରେ ସେମାନେ ପରସ୍ପରକୁ ପସନ୍ଦ କରିବା ସହିତ ଭଲ ପାଇ ବସିଲେ । ଠିକ୍ ବର୍ଷକ ପରେ ସେମାନେ ବିବାହ ବି କରିଲେ । ଏହି ବିବାହକୁ ଲୋକେ ସହଜରେ ଗ୍ରହଣ କରିପାରିଲେ ନାହିଁ । କାରଣ ଉଭୟଙ୍କ ମଧ୍ୟରେ ବୟସର ବ୍ୟବଧାନ ୪୬ ବର୍ଷ ଥିଲା । ଲୋକମାନେ ସେମାନଙ୍କୁ ଜେଜେମା ଏବଂ ନାତି ଯୋଡ଼ି ବୋଲି କହୁଥିଲେ । ସମ୍ପତ୍ତି ପାଇଁ ମହମ୍ମଦ ଏହି ବୃଦ୍ଧାଙ୍କୁ ବିବାହ କରିଛନ୍ତି ବୋଲି ଲୋକେ ମତ ଦିଅନ୍ତି ।

ଆରେସ୍ କହିଛନ୍ତି ଯେ, ମହମ୍ମଦ ବହୁତ ଭଲ ପିଲା ଥିଲା । ତାଙ୍କର ବ୍ୟକ୍ତିଗତ ଜୀବନ ଦୁଃସାହସିକ କାର୍ଯ୍ୟରେ ପରିପୂର୍ଣ୍ଣ ଥିଲା । ଦୁହିଁଙ୍କ ମଧ୍ୟରେ ବହୁତ ରୋମାନ୍ସ ଥିଲା । ଏହି କାରଣରୁ ଆରେସ୍ ବିବାହ କରିଥିଲେ । କିନ୍ତୁ ଏହି ସମ୍ପର୍କ ବେଶୀ ଦିନ ତିଷ୍ଠି ପାରି ନ ଥିଲା । ଏକ ସମୟ ଆସିଲା ଯେତେବେଳେ ଉଭୟଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା । ଏହି ଝଗଡା ଏତେ ବଢିଗଲା ଯେ, ସେ ମହମ୍ମଦଙ୍କୁ ଛାଡପତ୍ର ଦେବାକୁ ସ୍ଥିର କଲେ । ଉଭୟ ଅଲଗା ବି ହୋଇଗଲେ । କିନ୍ତୁ ବୃଦ୍ଧା ଜଣକ ଏବେ ବି ଏକୁଟିଆ ନୁହଁନ୍ତି । ତାଙ୍କର ଏକାକୀପଣକୁ ଦୂର କରିବା ପାଇଁ ସେ ଏକ ବିଲେଇକୁ ତାଙ୍କର ସାଥୀ କରିଛନ୍ତି ।

ଏହି ବିଲେଇର ନାମ ହେଉଛି ଶ୍ରୀ ତିବ୍ସ । ଆରେସ୍ ପ୍ରାୟତଃ ଫେସବୁକରେ ବିଲେଇଙ୍କ ସହ ଜଡିତ ଫଟୋ ସେୟାର କରୁଛନ୍ତି । ଏହି ବିଲେଇ ମାଧ୍ୟମରେ ସେ ତାଙ୍କ ପୂର୍ବ ସ୍ୱାମୀଙ୍କୁ ମଧ୍ୟ ସମାଲୋଚନା କରୁଛନ୍ତି ।

Leave A Reply

Your email address will not be published.