Latest Odisha News

BREAKING NEWS

ମାତିଲେଣି ମମତା, ହେବେ ଇଣ୍ଡିଆର ପିଏମ ଚେହେରା!

ଭୁବନେଶ୍ୱର: ବିରୋଧୀ ମେଣ୍ଟ ଇଣ୍ଡିଆ ଆଗାମୀ ନିର୍ବାଚନ ପୂର୍ବରୁ ବଡ଼ ବାତାବରଣ ତିଆରି କରିବା ଆରମ୍ଭ କରିଛି। କେନ୍ଦ୍ରର ଶାସକ ଦଳ ବିଜେପି ପକ୍ଷରୁ ଇଣ୍ଡିଆ ମେଣ୍ଟକୁ ଜୋରଦାର ସମାଲୋଚନା କରାଯାଉଥିବାରୁ ବିରୋଧୀ ଆହୁରି ଆଗ୍ରେସିଭ ଢଙ୍ଗରେ କାମ କରିବା ଆରମ୍ଭ କରିଛନ୍ତି।

ଏହି କ୍ରମରେ ପଶ୍ଚିମବଙ୍ଗରେ ଏହାର ବଡ଼ ପ୍ରଭାବ ଦେଖିବାକୁ ମିଳିଛି। କୋଲକାତାରେ ଇଣ୍ଡିଆ ମେଣ୍ଟକୁ ନେଇ ପୋଷ୍ଟର ବ୍ୟାନର ଦେଖିବାକୁ ମିଳିଛି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ସହ ଅଵକୀ ବାର ଦିଲ୍ଲୀ ମେ ଇଣ୍ଡିଆ ସରକାର ଲେଖାଥିବା ପୋଷ୍ଟର କୋଲକାତାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଛି।

ଏପରିକି କୋଲକାତାରେ ଏହି ପୋଷ୍ଟର ସବୁ ହିନ୍ଦୀରେ ଲେଖାଯାଇଛି। ୨୦୨୪ ରେ ମୋଦିଙ୍କ ନେତୃତ୍ୱରେ ଥିବା ଏନଡିଏ ସରକାରକୁ ଚେକ ଦେବାକୁ ଦେଶର ୨୬ ବିରୋଧୀ ଦଳ ଏକାଠି ହୋଇ ଇଣ୍ଡିଆ ମେଣ୍ଟ ଗଠନ କରିଛନ୍ତି।

ଏହି ମେଣ୍ଟର ଦୁଇଟି ବୈଠକ ଶେଷ ହୋଇଥିବା ବେଳେ ତୃତୀୟ ବୈଠକ ମହାରାଷ୍ଟ୍ରରେ ହେବ। ଚଳିତ ମାସ ଅଗଷ୍ଟ ୩୧ ତାରିଖ ଓ ସେପ୍ଟେମ୍ବର ଏକ ତାରିଖରେ ମୁମ୍ବାଇରେ ତୃତୀୟ ବୈଠକ ହେବାକୁ ସ୍ଥିର ହୋଇଥିବା କୁହାଯାଉଛି।

ଏଭଳି ସ୍ଥିତିରେ ପଶ୍ଚିମବଙ୍ଗରେ ଇଣ୍ଡିଆ ସପକ୍ଷରେ ମାହୋଲ ତିଆରି କରାଯିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ମୁମ୍ବାଇରେ ହେବାକୁ ଥିବା ବିରୋଧୀଙ୍କ ତୃତୀୟ ବୈଠକ ବେଙ୍ଗାଳୁରୁ ଭଳି ହେବ ବୋଲି କୁହାଯାଉଛି।

ଅଗଷ୍ଟ ୩୧ ତାରିଖ ରାତିରେ ରାତ୍ରିଭୋଜନ ସହ ସେପ୍ଟେମ୍ବର ଏକ ତାରିଖରେ ମୁଖ୍ୟ ବୈଠକ ହେବ। ତୃତୀୟ ବୈଠକ ଆୟୋଜନର ଦାୟିତ୍ୱ ଶିବସେନା ଉଦ୍ଧବ ଗୋଷ୍ଠୀ ଓ ଶରଦ ପାୱାରଙ୍କ ଏନସିପି ମିଳିତ ଭାବେ କରିବେ।

ଯେଉଁଥିରେ ଇଣ୍ଡିଆ ମେଣ୍ଟର ସଂଯୋଜକ କିଏ ହେବ ଓ କେଉଁ ଦଳ କେଉଁ ସିଟରୁ ଲଢ଼ିବେ ସେ ନେଇ ଚର୍ଚ୍ଚା ମଧ୍ୟ ହେବ। ତେଣୁ ଏହା ପୂର୍ବରୁ ମମତାଙ୍କ ଫଟୋ ସହ କୋଲକାତାରେ ବ୍ୟାନର ଶୋଭା ପାଉଥିବାରୁ ମମତା କଣ ମେଣ୍ଟର ଚେହେରା ହେବେ କି ବୋଲି ପ୍ରଶ୍ନ ଉଠିଛି।

ସେପଟେ ବିଜେପିର ପୂର୍ବ ନିର୍ବାଚନ ଗୁଡିକରେ ଅଵକୀ ବାର ମୋଦି ସରକାର ନାରା ଦିଆଯାଉଥିବା ବେଳେ ଏବେ ଅଵ କି ବାର ଦିଲ୍ଲୀ ମେ ଇଣ୍ଡିଆ ସରକାର ଦେଶର ରାଜନୀତିକୁ ସରଗରମ କରିଛି।

Leave A Reply

Your email address will not be published.