Latest Odisha News

ବିଜେଡି ଲୋଗୋ ଥିବା କାରରୁ ୮୪ କିଲୋ ଗଞ୍ଜେଇ ଜବତ

ବ୍ରହ୍ମପୁର: ଗଞ୍ଜେଇ ବୋଝେଇ କାର୍‌ରେ ଲାଗିଛି ବିଜେଡି ଲୋଗୋ। ବ୍ରହ୍ମପୁରରେ ଏକ ସ୍ୱତନ୍ତ୍ର ଅପରେସନ୍ ସମୟରେ ଏହି କାରରୁ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ। ବ୍ରହ୍ମପୁର ଫାଷ୍ଟ ଗେଟ୍ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ଦୁଇଟି କାର୍‌କୁ ଧରିଥିଲା। ଗଞ୍ଜେଇ ଜବତ ହେବା ପରେ ଯାଞ୍ଚ ବେଳେ ଏହି କାରରେ ଶଙ୍ଖ ଲୋଗୋ ଲାଗିଥିବା ଦେଖିବାକୁ ମିଳିଛି।

ଅବକାରୀ ବିଭାଗର ସୂଚନାନୁଯାୟୀ ୨ଟି କାର୍‌ରୁ ଗଞ୍ଜେଇ ଜବତ ହୋଇଛି। ବିଶ୍ୱସ୍ତ ସୁତ୍ରରୁ ଖବର ପାଇଁ ଅବକାରୀ ବିଭାଗ ଯାଞ୍ଚ କରି ଏହି ଗଞ୍ଜେଇକୁ ଜବତ କରିଛି। ଗାଡି ଯାଞ୍ଚ ବେଳେ ୮୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ଏହି ଗଞ୍ଜେଇ ଜବତ ସହ ୫ ଜଣ ଅଭିଯୁକ୍ତକୁ ଅଟକ ରଖି ଏବେ ତଦନ୍ତ କରୁଛି ପୋଲିସ୍। ସେପଟେ ଘଟଣାକୁ ନେଇ ଅଭିଯୁକ୍ତ କିମ୍ବା ବିଜେଡିର ପ୍ରତିକ୍ରିୟା ମିଳିପାରିନି।

ସୂତ୍ରରୁ ପ୍ରକାଶ ଯେ ଏହି ଗାଡିର ଆଗ ଓ ପଛରେ ବିଜେଡି ଲୋଗୋ ଲାଗିଛି। ହେଲେ ଏହି କାର୍ କାହାର ତାକୁ ନେଇ ଏବେ ତଦନ୍ତ କରାଯାଉଛି। କାରର ମାଲିକାନା ଏବଂ ବେଆଇନ ଗଞ୍ଜେଇ କାରବାର ସହ ସମ୍ଭାବ୍ୟ ଲିଙ୍କ୍ ଉପରେ ଅନୁସନ୍ଧାନ ଚାଲିଛି। ଗୋଟିଏରୁ ୫୦ କିଲୋ ଓ ଅନ୍ୟ ଗାଡ଼ିରୁ ୩୪ କିଲୋ ଗଞ୍ଜେଇ ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଗାଡ଼ି ସହ ଅଟକ ରହିଥିବା ଅଭିଯୁକ୍ତ କନ୍ଧମାଳ ଅଞ୍ଚଳର ବୋଲି ସୂଚନା ମିଳିଛି।

 

Leave A Reply

Your email address will not be published.