Latest Odisha News

ମାଟ୍ରିକ ପରିକ୍ଷାରେ କମ୍ ମାର୍କ ଆସିବାରୁ ବିଷ ଖାଇଲେ ଛାତ୍ର

ମୟୁରଭଞ୍ଜ: ବାହାରିଛି ଚଳିତ ବର୍ଷର ମାଟ୍ରିକ ପରିକ୍ଷା ଫଳ । ଚଳିତ ବର୍ଷ ୯୬.୦୭% ରହିଛି ପାସ୍ ହାର । ଗୋଟେପଟେ ଭଲ ମାର୍କ ରଖିଥିବାରୁ ଛାତ୍ରଛାତ୍ରୀ ମାନେ ଖୁସି ଥିବା ବେଳେ ସେପଟେ ବାଲେଶ୍ଵରରୁ ଆସିଛି ଦୁଃଖଦ ଖବର । ମାଟ୍ରିକ୍ ପରୀକ୍ଷାରେ କମ୍ ନମ୍ଵର ଆସିବାରୁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ଛାତ୍ର । ମୟୁରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ ଆମ୍ବଗଡିଆ ପଞ୍ଚାୟତ ଅଧୀନ ଅଙ୍ଗାରଗଡିଆସ୍ଥିତ ଦୀନବନ୍ଧୁ ହାଇସ୍କୁଲର ଜଣେ ଛାତ୍ର ମାଟ୍ରିକ୍ ରେଜଲ୍ଟ ବାହାରିବା ପରେ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ, ଛାତ୍ର ଜଣଙ୍କର ଘର ବାଲେଶ୍ୱର ଜିଲ୍ଲା ଜାମୁନିଆ ଗାଁରେ । ଆଜି ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶ ପାଇଥିଲା । ଫଳ ଜାଣିବାକୁ ବିଦ୍ୟାଳୟକୁ ଯାଇଥିଲେ ଛାତ୍ର । କିନ୍ତୁ ସେଠାରେ ତାଙ୍କର ଫଳ ଦେଖି ଭାଙ୍ଗି ପଡିଥିଲେ ଛାତ୍ର ଜଣଙ୍କ । ଛାତ୍ର ଜଣଙ୍କ ଅଧିକ ନମ୍ବର ଆଶା କରିଥିବା ବେଳେ ସେ ୨୪୨ନମ୍ବର ରଖିଥିଲେ। ଶେଷରେ ବିଷାଦଗ୍ରସ୍ତ ହୋଇ ସେ ଏପରି ଉଦ୍ୟମ କରିଥିଲେ । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ପ୍ରଥମେ ବୈଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ତୁରନ୍ତ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି। ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.