Latest Odisha News

BREAKING NEWS

ରାଜ୍ୟରେ କରୋନା ମହାମାରୀରେ ଅର୍ଥ ସଙ୍କଟ

ଭୁୁବନେଶ୍ୱର: କରୋନା ମହାମାରୀ ଭିତରେ ରାଜ୍ୟ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ତେଣୁ ସରକାରଙ୍କ ପାଖରେ ଋଣ କରିବା ଛଡା ଆଉ କିଛି ଉପାୟ ନାହିଁ ବୋଲି କହିଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା । ସେ କହିଛନ୍ତି, ଯେହେତୁ ରାଜ୍ୟ ବର୍ତ୍ତମାନ କରୋନା ମହାମାରୀକୁ ସାମ୍ନା କରୁଛି, ତେଣୁ ସ୍ୱାସ୍ଥ୍ୟ କ୍ଷେତ୍ରକୁ ସରକାର ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ବିଭିନ୍ନ ଉତ୍ସରୁ ଆସୁଥିବା ରାଜସ୍ୱ ବହୁ ପରିମାଣରେ କମିଛି । ତେଣୁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ବ୍ୟତୀତ ବର୍ତ୍ତମାନ ପରିସ୍ଥିତିରେ ନୂଆ ଯୋଜନା ନକରିବା ଲାଗି ନିଷ୍ପତ୍ତି ନିଆଯାଇଛି ।

ସେପଟେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ଯେ, ସରକାର ଚଳାଇବାକୁ ହେଲେ ଋଣ କରିବାରେ କିଛି ଅସୁବିଧା ନାହିଁ । କିନ୍ତୁ ଅର୍ଥକୁ ଠିକ୍ ଭାବରେ ଖର୍ଚ୍ଚ କରିବାର ଆବଶ୍ୟକତା ରହିଛି । ନହେଲେ ସାଧାରଣ ଜନତା ଉପରେ ଏହାର ପ୍ରଭାବ ପଡିବ । ବର୍ତ୍ତମାନ ସମୟ ଆସିଛି ସରକାର ସମସ୍ତଙ୍କୁ ବିଶ୍ୱାସକୁ ନେଇ ଆଲୋଚନା କରି ପଦକ୍ଷେପ ନିଅନ୍ତୁ । ତେବେ କୋଭିଡ୍ ସମୟରେ କେନ୍ଦ୍ରୀୟ ଅନୁଦାନ କମିଥିବା ଅଭିଯୋଗ କରିବା ଠିକ୍ ନୁହେଁ ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ କହିଛନ୍ତି ।

Leave A Reply

Your email address will not be published.