Latest Odisha News

BREAKING NEWS

ଲାଗୁନି ବ୍ରେକ୍‌, ଭୁବନେଶ୍ୱରରେ ପୁଣି ୮୭ ପଜିଟିଭ

ଭୁବନେଶ୍ୱର: ସାରା ରାଜ୍ୟରେ କଲବଲ କଲାଣି କରୋନା । ହୁ ହୁ ହୋଇ ବଢ଼ି ଚାଲିଛି ସଂକ୍ରମିତଙ୍କ ସଂଖ୍ୟା । ତେବେ ଏଥିରୁ ବାଦ୍ ପଡିନି ରାଜଧାନୀ ଭୁବନେଶ୍ୱର । ଆଜି ପୁଣି ଭୁବନେଶ୍ୱରରୁ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୪୧ ଜଣ କ୍ୱାରେଂଟାଇନ୍ ଥିବାବେଳେ ୪୬ ଜଣ ସ୍ଥାନୀୟ ଅଂଚଳର ଚିହ୍ନଟ ହୋଇଛନ୍ତି । ଏଥିସହ ୩୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।ଏନେଇ ବିଏମ୍‌ସି ଟ୍ୱିଟ୍ କରି ସୂଚନା ଦେଇଛି ।

ନୂତନ ସଂକ୍ରମଣକୁ ମିଶାଇ ଏବେ ଭୁବନେଶ୍ୱର ମୋଟ ୧୧୩୦ଜଣ କରୋନା ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୪୯୪ଜଣ ସୁସ୍ଥ ହୋଇଛନ୍ତି । ଏହା ସହ ୬୨୪ଟି ସକ୍ରିୟ ମାମଲା ରହିଥିବା ବେଳେ କରୋନା ଆକ୍ରାନ୍ତ ହୋଇ ୧୧ଜଣଙ୍କର ମୃତ୍ୟୁ ଘଟିଛି ।

Leave A Reply

Your email address will not be published.