Latest Odisha News

BREAKING NEWS

ଓଲିଙ୍କ ଅଯୋଧ୍ୟା ମନ୍ତବ୍ୟର ପ୍ରତିକ୍ରିୟା: ବାରଣାସୀରେ ନେପାଳ ନାଗରିକଙ୍କୁ ଲଣ୍ଡା କଲେ ଲୋକେ !

ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଏହି ଭିଡିଓ । ବାରଣାସୀରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୟ ଶ୍ରୀରାମ ଉଚ୍ଚାରଣ କରିବାକୁ ବାଧ୍ୟ କରାଯାଇଥିଲା । ଭିଡିଓଟି ଭାଇରାଲ ହେବା ପରେ ନେପାଳ ଦୂତାବାସ ଭାରତ ନିକଟରେ ଅଭିଯୋଗ ଆଣିଛି ।

ଶୁକ୍ରବାର ବାରଣାସୀରେ ଏହି ମାମଲାରେ ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି । ଭିଡିଓରେ ଜଣେ ନେପାଳ ନାଗରିକଙ୍କୁ ଲଣ୍ଡା କରାଯିବା ସହିତ ଜୋର ଜବରଦସ୍ତ ଜୟ ଶ୍ରୀରାମ ଉଚ୍ଚାରଣ କରାଇବା ସହିତ ନେପାଳ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲିଙ୍କ ବିରୋଧରେ ସ୍ଲୋଗାନ ଦେବାକୁ ବାଧ୍ୟ କରାଯାଇଥିଲା ।

ବିଶ୍ୱ ହିନ୍ଦୁସେନା ସହ ଜଡିତ ଅରୁଣ ପାଠକ ନାମକ ବ୍ୟକ୍ତି ଏହି ଭିଡିଓଟିକୁ ଉତ୍ତୋଲନ କରିବା ସହ ସର୍ବପ୍ରଥମେ ସୋସିଆଲ ମିଡିଆରେ ଶେୟାର କରିଥିଲେ । ମୁଖ୍ୟ ଅଭିଯୁକ୍ତ ଫେରାର୍ ଥିବାବେଳେ ସନ୍ତୋଷ ପାଣ୍ଡେ, ରାଜୁ ଯାଦବ, ଅମିତ ଦୁବେ ଓ ଆଶିଷ ମିତ୍ରକୁ ପୋଲିସ ଗିରିଫ କରିଛି ।

Leave A Reply

Your email address will not be published.