Latest Odisha News

BREAKING NEWS

ରାଉରକେଲା ଦିଲସାନ ଖାନ ହତ୍ୟାକାଣ୍ଡ ମାମଲାରେ ୯ ଗିରଫ

ରାଉରକେଲା: ଜୁନ ୭ ତାରିଖରେ ରାଉରକେଲା ରେଲୱେ କଲୋନୀରେ ହୋଇଥିବା ଦିଲସାନ ହତ୍ୟାକାଣ୍ଡ ମାମଲାରେ ଆଜି ପୋଲିସ ୯ ଜଣଙ୍କୁ ଗିରଫ କରିଛି । ଏ ମାମଲାରେ ସମ୍ପୃକ୍ତ ଥିବା ଅନ୍ୟ ତିନି ଜଣଙ୍କୁ ଗିରଫ କରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି ।

BjdElectrycity

ରାଉରକେଲା ଏସପି ଶିବ ସୁବ୍ରମଣ୍ୟମ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ‘ଘଟଣାର ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ଶାହ ଓ ତା ଭାଇ ସୁର୍ଜା ଶାହଙ୍କ ସମେତ ୯ ଜଣଙ୍କୁ ଗିରଫ ହୋଇଛି । ସେମାନଙ୍କଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ’

ହତ୍ୟାର ଶିକାର ହୋଇଥିବା ଦିଲସାନ ୨୦୧୮ ମସିହାରେ କୌଣସି କାରଣରୁ ଅଭିଯୁକ୍ତଙ୍କୁ ମାଡ ମାରିଥିଲେ । ଏହାର ପ୍ରତିଶୋଧ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ଏସପି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଲକଡାଉନ ସତ୍ତ୍ୱେ ଦିଲସାନଙ୍କ ଶେଷକୃତ୍ୟ ପାଇଁ ସଂଖ୍ୟାଲଘୁ ସମ୍ପ୍ରଦାୟର ଶତାଧିକ ଲୋକ ଏକତ୍ର ହୋଇ ଶୋଭାଯାତ୍ରାରେ ଯାଇଥିଲେ । ଏହି ଘଟଣାରେ ପୋଲିସ ପ୍ରାୟ ୫୦୦ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ।

Leave A Reply

Your email address will not be published.