Latest Odisha News

BREAKING NEWS

ରଜରେ ବିଭିନ୍ନ ପ୍ରକାର ପିଠାର ହୋମ୍ ଡେଲିଭରି କରିବ ଓଟିଡିସି

ଭୁବନେଶ୍ୱର: କୋଭିଡ-୧୯ ହେତୁ ଚଳିତ ବର୍ଷ ରଜ ପର୍ବ ଉତ୍ସବ ଟିକେ ନିଆରା ହେବ ଜ୍ଝ କିଛି ଆୟୋଜକ ସାମାଜିକ ଦୂରତା ନିୟମ ଅନୁସରଣ କରି ଏହି ପର୍ବ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଓଡ଼ିଶା ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି) ‘Pitha on Wheel’ ଜରିଆରେ ବିଭିନ୍ନ ପ୍ରକାର ପିଠାପଣାର ହୋମ୍ ଡେଲିଭରି କରିବା ପାଇଁ ପଦକ୍ଷେପ ନେଇଛି।

ତିନି ଦିନିଆ ମହୋତ୍ସବରେ ଭୁବନେଶ୍ୱର ପାନ୍ଥ ନିବାସରେ ମଣ୍ଡା, ଆରିଶା, କାକରା, ଚକୁଳି, ଚନ୍ଦ୍ରକଳା ଭଳି ପିଠା ଗୁଡିକର ମଜା ସହରବାସୀ ନେଇ ପାରିବେ ବୋଲି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ସୂଚନା ଦେଇଛନ୍ତି।

ସଟଡାଉନକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ପାନ୍ଥନିବାସ ଏହାର ତିନିରୁ ଚାରି କିଲୋମିଟର ପରିଧି ମଧ୍ୟରେ ଥିବା ଲୋକମାନଙ୍କ ପାଇଁ ପିଠା ପଠାଇବ।

ଲୋକମାନେ ୯୦୭୮୮୮୫୫୧୬, ୯୪୩୮୨୪୩୫୭୯, ଏବଂ ୯୪୩୭୧୧୫୪୩୭ କୁ କଲ କରି ପିଠା ଅର୍ଡର କରିପାରିବେ ବୋଲି ସେ କହିଛନ୍ତି।

ସେହିଭଳି ଜୁନ୍ ୧୫ ରୁ ୧୭ ପର୍ଯ୍ୟନ୍ତ ଜୟଦେବ ଭବନ, ରୁପାଲି ସ୍କୋୟାର, ଖଣ୍ଡଗିରି ସ୍କୋୟାର, ସିଆରପି ସ୍କୋୟାର, ପୋଖରୀପୁଟ ସ୍କୋୟାର ଏବଂ ନୀଳାଦ୍ରି ବିହାର ସ୍କୋୟାର ନିକଟରେ ‘Pitha on wheel’ କାର୍ଯ୍ୟକ୍ରମ ମାଧ୍ୟମରେ ଉପଲବ୍ଧ ହେବ।

ପିଠା ତିଆରି ଏବଂ ବିକ୍ରୟ ପାଇଁ ଓଟିଡିସି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀକୁ ସୁଯୋଗ ଦିଆଯାଇଛି।

ଏହା ବ୍ୟତୀତ ଭୁବନେଶ୍ୱର, କଟକ, ସମ୍ବଲପୁର ଏବଂ ରାଉରକେଲାର ପାନ୍ଥନିବାସରେ ପିଠା ବିକ୍ରୟ ପାଇଁ ସ୍ୱତନ୍ତ୍ର କାଉଣ୍ଟର ଖୋଲାଯିବ। ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ନିୟମ ମାନିବା ପରେ କାଉଣ୍ଟରରୁ ପିଠା କିଣି ପାରିବେ ବୋଲି ଶ୍ରୀମତି ମିଶ୍ର କହିଛନ୍ତି।

ପାତ୍ରପଡାରେ ରଜ ଉତ୍ସବ ପ୍ରସିଦ୍ଧ, କାରଣ ଏହି ସମୟରେ ଏଠାରେ ବହୁ ସଂଖ୍ୟକ ଦୋଳି ଲଗାଯାଇଥାଏ। ତେବେ ପ୍ରତିବର୍ଷ ପରି ଶହେ ଜାଗାରେ ଚଳିତ ବର୍ଷ କେବଳ ଦୁଇଟି ଦୋଳି ଲଗାଯିବ।

“ମହାରାଜା କ୍ରିକେଟ୍ ଆସୋସିଏସନ୍ ୨୦୧୧ ମସିହାରୁ ଏଠାରେ ଏହି ଉତ୍ସବର ଆୟୋଜନ କରିଆସୁଛି। ବାତ୍ୟା ଫନି ସମୟରେ ଆମେ ଅନେକ ଗଛ ହରାଇଛୁ। ସେଥିପାଇଁ ଆମେ ଗତ ବର୍ଷ ୭୦ ଟି ଦୋଳି ଲଗାଇଥିଲୁ। ମହାମାରୀ ଯୋଗୁଁ ଆମେ ଚଳିତ ବର୍ଷ କେବଳ ଦୁଇଟି ଦୋଳି ସ୍ଥାପନା କରୁଛୁ” ବୋଲି ଶ୍ରୀ ସାହୁ କହିଛନ୍ତି।

ପାତ୍ରପଡା, ସିଜୁଆ, ଡୁମଡୁମା, ଖୋର୍ଦ୍ଧା, ଭୁବନେଶ୍ୱର ଏବଂ କଟକରୁ ଲୋକମାନେ ଏହି ଉତ୍ସବ ପାଳନ କରିବାକୁ ଏଠାକୁ ଆସିଥାନ୍ତି।

ଏହି ଦିନରେ ସାଂସ୍କୃତିକ କାର‌୍ୟ୍ୟକ୍ରମ ମେହେନ୍ଦୀ, ପୁଚି, ଝୋଟି ଏବଂ ମୁରୁଜ ପ୍ରତିଯୋଗିତା ମଧ୍ୟ ଆୟୋଜନ କରାଯାଇଥାଏ।

“ଏହା ଆମ ସମସ୍ତଙ୍କ ପାଇଁ ଏକ କଷ୍ଟକର ସମୟ। ସରକାର ଅନ୍ତତଃ ପକ୍ଷେ ରବିବାର ଦିନ ଏହି ନିୟମକୁ ସାମାନ୍ୟ କୋହଳ ଦେବା ଉଚିତ” ବୋଲି ସହରରେ ଥିବା ଏକ ଟ୍ରଷ୍ଟର ସଚିବ ଦେବ ପ୍ରସାଦ ପରିଜା କହିଛନ୍ତି।

“ଆମର କାର୍ଯ୍ୟକ୍ରମ ଓଡିଶାର ସଂସ୍କୃତି, ପରମ୍ପରା, ଗୀତ ଏବଂ ନୃତ୍ୟ ପ୍ରଦର୍ଶନ କରେ। ଅନଲାଇନରେ ରଜ ପାଳନ ହେଇ ପାରିବନି ବୋଲି ପରିଜା କହିଛନ୍ତି।

ଏହା ଏକ ବିଶ୍ୱାସ ଉପରେ ଆଧାରିତ ଯେ ବସୁ ମାତାଙ୍କ ତିନି ଦିନ ଧରି ଋତୁସ୍ରାବ ହୁଏ ଏବଂ ଚତୁର୍ଥ ଦିନରେ ତାଙ୍କୁ ଏକ ଆନୁଷ୍ଠାନିକ ସ୍ନାନ ଦିଆଯାଏ।

ମହିଳା ଏବଂ ଅବିବାହିତ ଝିଅମାନେ ନୂତନ ପୋଷାକ ପିନ୍ଧନ୍ତି ଏବଂ ନିଜକୁ ସଜାନ୍ତି। ସେମାନେ ଦୋଳି ଖେଳରେ ସମୟ ଅତିବାହିତ କରନ୍ତି, ଘର ଭିତର ଏବଂ ବାହ୍ୟ ଖେଳ ଖେଳନ୍ତି, ଏବଂ ଘରେ ବିଭିନ୍ନ ପିଠା ପ୍ରସ୍ତୁତ କରନ୍ତି।

Leave A Reply

Your email address will not be published.