Latest Odisha News

BREAKING NEWS

ଏନଏଚରେ ବସ୍ ଡ୍ରାଇଭରଙ୍କୁ ହାର୍ଟ ଆଟାକ୍, ଏସୟୁଭିକୁ ଧକ୍କା ଦେବାରୁ ୯ ମୃତ ଓ ୨୮ ଆହତ

ସୁରଟ: ଗୁଜରାଟର ନବାସାରୀ ଜିଲ୍ଲାରୁ ଆସିଲା ଦୁଖଦ ଖବର । ଏକ ବସ୍ ଓ ଏସୟୁଭି ମୁହାଁମୁହିଁ ଧକ୍କା ହେବା ଫଳରେ ୯ଜଣଙ୍କ ମୃତ୍ୟୁ ହୋଇଛି । ଏଥିଲେ ୨୮ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବସଯାତ୍ରୀ ସୁରଟରେ ଚାଲିଥିବା ସ୍ୱାମୀ ମହାରାଜ ଶତାବ୍ଦୀ ମହୋତ୍ସବ ସମାରୋହରୁ ଫେରୁଥିଲେ । ୪୮ ନମ୍ୱର ଜାତୀୟ ରାଜପଥରେ ଏସୟୁଭି ସହିତ ସାମ୍ନା ପଟୁ ଧକ୍କା ହୋଇଥିଲା । ଫଳରେ ଟୟୋଟା ଫର୍ଚୁନର କାରଟି ପୂରାପୁରି ଚୁନା ହୋଇଯାଇଛି ।

କୁହଯାଉଛିଯେ ବସ୍ ଡ୍ରାଇଭରକୁ ହାର୍ଟ ଆଟାକ୍ ହେବାରୁ ସେ ନିୟନ୍ତ୍ରଣ ହରାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଛି । ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କାରରେ ବସିଥିବା ୯ଜଣଙ୍କ ମଧ୍ୟରୁ ୮ ଜଣ ପ୍ରାଣ ହରାଇଛନ୍ତି । ସମସ୍ତ ଆହତ ବସ୍ ଯାତ୍ରୀ । ସେମାନଙ୍କ ମଧ୍ୟରୁ ୧୧ଜଣଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ନବସୋରୀ ଏସପି ଋଷିକେଶ ଉପାଧ୍ୟାୟ କହିଛନ୍ତିଯେ ଦୁର୍ଘଟଣା ବେସମା ଗାଁ ନିକଟରେ ହୋଇଛି । ଦୁର୍ଘଟଣାସ୍ଥଳରୁ ଗାଡି ଗୁଡିକୁ ହଟାଇ ରାସ୍ତା ସଫା କରାଯାଇଛି ।

 

 

Leave A Reply

Your email address will not be published.