Latest Odisha News

BREAKING NEWS

ରାଜଧାନୀରେ ଜିରୋ ନାଇଟ୍ ସେଲିବ୍ରେସନ ପୂର୍ବରୁ ଭିଡ଼ିଓ ବାର୍ତ୍ତା ଜାରି କଲେ ଡିସିପି

ଭୁବନେଶ୍ୱର : ୨ ବର୍ଷ ପରେ ପାଳନ ହେଉଛି ନୂଆବର୍ଷ । କୋଭିଡ୍ କଟକଣା ପାଇଁ ବନ୍ଦ ଥିଲା ସେଲିବ୍ରେସନ । ଏବର୍ଷ ପୁଣି ଥରେ ନୂଆ ବର୍ଷ ପାଳନ ପାଇଁ ଅନୁମତି ରହିଛି । ତେବେ କମିଶନରେଟ୍ ପୋଲିସ ଏନେଇ ମାର୍ଗଦର୍ଶିକା ଜାରି କରିଛି । ଡିସିପି ପ୍ରତୀକ ସିଂ ଏନେଇ କେତେକ ଅପିଲ୍ କରିଛନ୍ତି ।

ଗାଡି ସ୍ପିଡ୍ ନିୟନ୍ତ୍ରଣ ଭିତରେ ରଖିବାକୁ ନିବେଦନ କରିଛନ୍ତି ଡିସିପି । ସେଲିବ୍ରେସନ ମୁଡ୍ ରେ ଥିବାରୁ ଲୋକେ ଟ୍ରାଫିକ ନିୟମ ଭୁଲିନଯିବାକୁ ସେ ଅପିଲ କରିଛନ୍ତି । ସ୍ପିଡ୍ ଅନ୍ୟ ମାନଙ୍କ ପାଇଁ ବିପଦ ନପାଲଟିଯାଉ । ୫୦ କିଲୋମିଟର ଘଣ୍ଟା ପ୍ରତି ବେଗ ରଖନ୍ତୁ । ସ୍ପିଡ ଲିମିଟ୍ ପାଳନ କରିବାକୁ ସେ କହିଛନ୍ତି । ମଦ ନିଶାରେ ଗାଡି ଚଲାନ୍ତୁ ନାହିଁ । ରାଜଧାନୀରେ ଗହଳି କମାଇବା ପାଇଁ ଟ୍ରାଫିକ୍ ନିୟମ ପାଳନ କରନ୍ତୁ । ନୂଆବର୍ଷ ପାର୍ଟିକୁ ନିଜ ଗାଡି ଡ୍ରାଇଭରକୁ ସାଙ୍ଗରେ ନେଇ ଯିବାକୁ ସେ ପରାମର୍ଶ ଦେଇଛନ୍ତି ।

ନନ୍ଦନକାନନ ରୋଡ୍, କଟକ ରୋଡ୍ ଓ ରସୁଲଗଡରେ ସାଧାରଣଠୁ ଅଧିକ ଟ୍ରାଫିକ ରହିବ । ଏଫ୍ ଏମ୍ ମାଧ୍ୟମରେ ଟ୍ରାଫିକ ସମ୍ପର୍କିତ ସୂଚନା ପ୍ରଦାନ କରାଯିବ । ଡିସିପି ଭୁବନେଶ୍ୱର, ଡିସିପି ଟ୍ରାଫିକ ଟ୍ୱିଟରରେ ସବୁ ସୂଚନାକୁ ଫଲୋ କରିବାକୁ ସେ ଅପିଲ କରିଛନ୍ତି । ନିଜ ଗାଡ଼ିକୁ ଠିକ୍ ଜାଗାରେ ପାର୍କିଂ କରିବାକୁ ସେ କହିଛନ୍ତି । ରାସ୍ତା ଉପରେ ପାର୍କ ହୋଇଥିଲେ ଗାଡ଼ି ଟଣାଯିବ । ଟୋଇଂ ଟିମ୍ ଘୂରି ବୁଲିବ । ସନ୍ଦିଗ୍ଧ ବ୍ୟକ୍ତି କିମ୍ୱା ଜରୁରୀ ସ୍ଥିତିରେ ୧୧୪କୁ ଫୋନ କରିବାକୁ ସେ ନିବେଦନ କରିଛନ୍ତି । ନିୟମ ପାଳନ ନକଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.