Latest Odisha News

BREAKING NEWS

ରାଜଧାନୀରେ ସକାଳୁ ପାରା ୩୦ ଡିଗ୍ରୀ ପାର୍; ଆଗାମୀ ୫ ଦିନ ଜାରି ରହିବ ଗୁଳୁଗୁଳି

ଭୁବନେଶ୍ୱର: ସକାଳୁ ସକାଳୁ ରାଜଧାନୀ ଭୁବନେଶ୍ୱରରେ ଗୁଳୁଗୁଳି ଅସମ୍ଭାଳ ହେଲାଣି। ଘରୁ ବାହାରିଲେ ଝାଳରେ ବୁଡ଼ିବା ସହ ଅଣନିଃଶ୍ୱାସୀ ଲାଗୁଛି। ଆଉ ଘର ଭିତରକୁ ଆସିଲେ ବାରମ୍ବାର ବିଦ୍ୟୁତ୍ କାଟ ସାଙ୍ଗକୁ ଲୋ ଭୋଲ୍‌ଟେଜ୍‌ ଆହୁରି ବିରକ୍ତିକର।

BjdElectrycity

ସକାଳ ସାଢେ ୫ ଟା ସୁଦ୍ଧା ରାଜଧାନୀର ତାପମାତ୍ରା ୩୦ ଡିଗ୍ରୀ ପାର୍ ହୋଇଯାଇଛି। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।

ପାଣିପାଗ ବିଭାଗ ଟ୍ୱିଟ୍ କରି ଲେଖିଛି “ଆଜି ରାଜଧାନୀ ଭୁବନେଶ୍ୱରରେ ସକାଳ ୫ ଟା ୩୦ ସୁଦ୍ଧା ୩୦.୨ ଡିଗ୍ରୀ ତାପମାତ୍ରା ଏବଂ ୯୬% ଆଦ୍ରତା ରେକର୍ଡ।”

ସେହିପରି ଗ୍ରୀଷ୍ମ ପ୍ରବାହ ବା ହିଟ୍ ୱେଭ୍‌କୁ ନେଇ ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ସମ୍ବଲପୁର, ବରଗଡ, ସୋନପୁର, ସୁନ୍ଦରଗଡ, ବଲାଙ୍ଗୀର, ବୌଦ୍ଧ, ମୟୁରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ଗ୍ରୀଷ୍ମପ୍ରବାହର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ଟ୍ୱିଟ୍ କରି ସୂଚନା ଦେଇଛି।

ସେହିପରି ତାପମାତ୍ରାରେ ନେଇ ପାଣିପାଗ ବିଭାଗ କହିଛି ଯେ ରାଜ୍ୟରେ ଦିନ ତାପମାତ୍ରାରେ  ଆଗାମୀ ୫ ଦିନ ଯାଏ ବିଶେଷ ପରିବର୍ତନର ସମ୍ଭାବନା ନାହିଁ। ୩ ରୁ ୪ ଦିନ ଯାଏ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୫ ଡିଗ୍ରୀ ଯାଏ ଅଧିକ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଟ୍ୱିଟ୍ କରି କହିଛି।

 

Leave A Reply

Your email address will not be published.