Pickup vehicle-truck collision:ଅସ୍ଥି ବିସର୍ଜନ ପାଇଁ ବାହାରିଥିଲେ ପରିବାର ଲୋକେ…ଦୁର୍ଘଟଣାରେ ଚାଲିଗଲା ୯ଜୀବନ, ୧୫ଆହତ
ନୂଆଦିଲ୍ଲୀ: ଆଜି ସକାଳେ ପଞ୍ଜାବର ଫାଜିଲକା-ଫିରୋଜପୁର ରାସ୍ତାରେ ଏକ ପିକଅପ୍ ଭ୍ୟାନ ଏବଂ ଟ୍ରକ୍ ମଧ୍ୟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୫ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁରୁତରମାନଙ୍କୁ ଫରିଦକୋଟକୁ ରେଫର କରାଯାଇଥିଲା।
ମୃତକମାନେ ଫାଜିଲକାର ଜଲାଲାବାଦ ଅଞ୍ଚଳର ବାସିନ୍ଦା ଥିଲେ ।
ପରିବାରର ଜଣେ ବୃଦ୍ଧ ମା’ଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ଡେରା ବ୍ୟାସ ଅଭିମୁଖେ ଯାତ୍ରା କରୁଥିଲେ। ଭ୍ୟାନରେ ମହିଳା, ପୁରୁଷ ଏବଂ ପିଲାମାନଙ୍କ ସମେତ ପ୍ରାୟ ୨୭ ଜଣ ଲୋକଙ୍କୁ ନେଇଯାଉଥିଲା। ଦୁର୍ଘଟଣାରେ ୫ ଜଣ ମହିଳା, ତିନି ଜଣ ପୁରୁଷ ଏବଂ ଗୋଟିଏ ଶିଶୁର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୫ ଜଣ ଆହତ ହୋଇଛନ୍ତି।
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ମୃତକଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସିଭିଲ୍ ହସ୍ପିଟାଲକୁ ପଠାଯାଇଛି ।