ସୁକମା: ପୁଣି ଆତ୍ମସମର୍ପଣ କଲେ ୯ ଜଣ ମାଓବାଦୀ । ବୁଧବାର ଛତିଶଗଡ଼ର ସୁକମା ଜିଲ୍ଲାରେ ବରିଷ୍ଠ ପୋଲିସ ଏବଂ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଅଧିକାରୀଙ୍କ ସମ୍ମୁଖରେ ଆତ୍ମସମର୍ପଣ କରିଛନ୍ତି ଏହି ମାଓବାଦୀ ମାନେ ।
ଆତ୍ମସମର୍ପଣକାରୀ ନକ୍ସଲଙ୍କ ମଧ୍ୟରେ ୬ ଜଣ ମହିଳା ଅଛନ୍ତି ସେମାନଙ୍କ ନାମରେ ୨୬ ଲକ୍ଷ ଟଙ୍କାର ସାମୂହିକ ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ସୁକମା ପୋଲିସ ଅଧିକ୍ଷକ କିରଣ ଚଭନ କହିଛନ୍ତି ।
ମାଓ ସଂଗଠନରେ ଦିନକୁ ଦିନ ବଢୁଥିବା ଅତ୍ୟାଚାର ଏବଂ ପୋଲିସର ମାଓଦମନ ଅପରେସନରେ ଅତିଷ୍ଠ ହୋଇ ଏହି ୯ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ବୋଲି ସେମାନେ କହିଛନ୍ତି ।
ତେବେ ସୁରକ୍ଷା ବାହିନୀର ଚାପ ବୃଦ୍ଧି ଏବଂ ଆଭ୍ୟନ୍ତରୀଣ ଅଞ୍ଚଳରେ ପୋଲିସ ଶିବିର ପ୍ରତିଷ୍ଠା ଯୋଗୁଁ ନକ୍ସଲମାନେ ପଛକୁ ହଟିଛନ୍ତି ବୋଲି ଏସପି କିରଣ ଚଭନ କହିଛନ୍ତି ।
Comments are closed.