ନୂଆଦିଲ୍ଲି: ଲାଭା ଇଣ୍ଟରନ୍ୟାସନାଲ୍ ଭାରତରେ ଏହାର ନୂତନ ଏଣ୍ଟ୍ରି-ଲେବଲ୍ ସ୍ମାର୍ଟଫୋନ୍ ଲାଭା ଶାର୍କ ଲଞ୍ଚ କରିଛି। ଏହି ଫୋନରେ 50MP AI ବ୍ୟାକ କ୍ୟାମେରା ଅଛି। ଡିଭାଇସରେ 6.67 ଇଞ୍ଚର ଏଚଡି + ପଞ୍ଚ-ହୋଲ୍ ଡିସପ୍ଲେ ଅଛି ଯାହା 120Hz ରିଫ୍ରେସ୍ ରେଟକୁ ସପୋର୍ଟ କରୁଛି । ଏଥିରେ 5000mAh ବ୍ୟାଟେରୀ ଅଛି ଏବଂ 18W ଫାଷ୍ଟ ଚାର୍ଜିଂ ହେଉଛି ।
ଲାଭା ଶାର୍କ UNISOC T606 ଅକ୍ଟା-କୋର ପ୍ରୋସେସର୍ ସହିତ ସଜ୍ଜିତ, ଯାହା 4GB RAM ଏବଂ 4GB ଭର୍ଚୁଆଲ୍ RAM ସହିତ ପ୍ରଦାନ କରାଯାଇଛି। ଏଥିରେ 64GB ଇଣ୍ଟରନାଲ ଷ୍ଟୋରେଜ୍ ଅଛି ଯାହାକୁ 256GB ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ। କ୍ୟାମେରା ବିଷୟରେ କହିବାକୁ ଗଲେ, ଫୋନରେ 50MP AI ବ୍ୟାକ କ୍ୟାମେରା ଅଛି। ସେହିପରି ସେଲଫି ଏବଂ ଭିଡିଓ କଲ୍ ପାଇଁ ଏକ 8MP ଫ୍ରଣ୍ଟ କ୍ୟାମେରା ମଧ୍ୟ ଦିଆଯାଇଛି। ଡିଭାଇସରେ AI ମୋଡ୍, ପୋଟ୍ରେଟ୍, ପ୍ରୋ ମୋଡ୍ ଏବଂ HDR ଭଳି ଫିଚର ମଧ୍ୟ ଉପଲବ୍ଧ। ଡିଭାଇସଟି Android 14ରେ ଚାଲୁଥିବା ବେଳେ ସାଇଡ୍-ମାଉଣ୍ଟେଡ୍ ଫିଙ୍ଗରପ୍ରିଣ୍ଟ ସେନ୍ସର ଏବଂ ଫେସ୍ ଅନଲକ୍କୁ ମଧ୍ୟ ସପୋର୍ଟ କରେ। କନେକ୍ଟିଭିଟି ପାଇଁ, ଫୋନରେ ଡୁଆଲ୍ 4G VoLTE, ବ୍ଲୁଟୁଥ୍ 5.0, Wi-Fi 802.11 b/g/n/ac ଭଳି କନେକ୍ଟିଭିଟି ଫିଚର ରହିଛି। ଏହା IP54 ରେଟିଂ ସହିତ ଆସିଥାଏ, ଯାହାର ଅର୍ଥ ହେଉଛି ଫୋନଟି ଧୂଳି ଏବଂ ହାଲୁକା ପାଣି ଛିଟାରୁ ସୁରକ୍ଷିତ ରହିପାରିବ।
ତେବେ ଯଦି ଆମେ ଏହି ଫୋନର ମୂଲ୍ୟ ଉପରେ ନଜର ପକାଇବା, ତେବେ ଲାଭା ଶାର୍କର ମୂଲ୍ୟ ୬,୯୯୯ ଟଙ୍କା ରଖାଯାଇଛି। ଏହି ସ୍ମାର୍ଟଫୋନଟି ଚଳିତ ମାସ ଶେଷ ସୁଦ୍ଧା ଅନଲାଇନ୍ ଏବଂ ଅଫଲାଇନ୍ ଉଭୟ ପ୍ଲାଟଫର୍ମରେ ବିକ୍ରୟ ପାଇଁ ଉପଲବ୍ଧ ହେବ। କହିରଖୁଛୁ ଯେ, ଏହି ଫୋନ୍ ଏକ ବଜେଟ୍ ଫ୍ରେଣ୍ଡଲି ଫୋନ୍ ଭାବରେ ବଜାରକୁ ଆସିଛି ଯାହା ସାମସଙ୍ଗ ସହିତ ପ୍ରତିଯୋଗିତା କରିବ। କୁହାଯଅଉଛି ଯେ, ଲାଭାର ଏହି ନୂତନ ଫୋନ୍ Samsung Galaxy F05 କୁ କଡ଼ା ଟକ୍କର ଦେବ । Samsungର ଏହି ଡିଭାଇସ୍ରେ, ବ୍ୟବହାରକାରୀମାନେ 4GB RAM ସହିତ 64GB ଷ୍ଟୋରେଜ୍ ପାଇଥାଆନ୍ତି। ଏହା ବ୍ୟତୀତ, ଫୋନରେ 50MP ପ୍ରାଇମେରୀ କ୍ୟାମେରା ସହିତ 2MP ସେକେଣ୍ଡାରୀ କ୍ୟାମେରା ମଧ୍ୟ ଅଛି। ସେଲଫି ପାଇଁ ଏଥିରେ 8MPର ଫ୍ରଣ୍ଟ କ୍ୟାମେରା ଅଛି। ସେହିପରି ପାୱାର ପାଇଁ, Samsungର ଏହି ଫୋନରେ 5000mAh ବ୍ୟାଟେରୀ ଦେଇଛି। ଏହି ଫୋନ୍ Android 14 ଅପରେଟିଂ ସିଷ୍ଟମରେ କାମ କରେ। Amazon ରେ ଏହି ଫୋନର ମୂଲ୍ୟ 7150 ଟଙ୍କା ରହିଛି।
BREAKING NEWS
- ପିଏମ ମୋଦୀଙ୍କ ଜନ୍ମଦିନରେ ମେଗା ରକ୍ତଦାନ ଶିବିର; ସଂଗ୍ରହ ହେଲା ୮୮୧୦ ୟୁନିଟ ରକ୍ତ…ୱାର୍ଲ୍ଡ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଲା
- ଅଭିଷେକଙ୍କ ରେକର୍ଡ: ୧୨୭ ରନ୍ରେ ଆଫଗାନିସ୍ତାନକୁ ହରାଇ ଭାରତର କ୍ଲିନ୍ ସ୍ୱିପ୍
- PM ମୋଦୀଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ‘ଆଶୀର୍ବାଦର ଦୀପ’
- ପାଟ୍ରୋଲିଂବେଳେ ଧରାପଡିଲେ କଇଁଛ ଚାଲାଣ ରାକେଟ୍; ୪ ଗିରଫ, ୫୫ ଜୀବନ୍ତ କଇଁଛ ଉଦ୍ଧାର
- ବିସିସିଆଇ ସପକ୍ଷରେ ସତ୍ୟପାଠ ଦାଖଲ କଲେ ଓସିଏ ସଭାପତି
- ଟି୨୦ରେ ଅଭିଷେକଙ୍କ ବିସ୍ଫୋରକ ଶତକ : ପୂର୍ଣ୍ଣ ସଦସ୍ୟ ଟିମର ଖେଳାଳି ଭାବେ ରଚିଲେ ଇତିହାସ
- Ganesh Puja Pandal:ଆସିଲା ଭୟଙ୍କର ବର୍ଷା;ଭୁଶୁଡ଼ିଲା ୧୫୦ ଫୁଟ୍ର ଗଣେଶ ପୂଜା ପେଣ୍ଡାଲ;ଡିଜନି ଲ୍ୟାଣ୍ଡ ଥିମ୍ର…
- ୱେଷ୍ଟଇଣ୍ଡିଜ ସିରିଜ ରୋହିତଙ୍କ ପାଇଁ ଅଗ୍ନିପରୀକ୍ଷା
- ସାବଧାନ ! ଏଥର ଭସାଣିରେ ଡିଜେ ବଜାଇଲେ ବାନ୍ଧିବ ପୋଲିସ, ଜାରି ହେଲା କଟକଣା
- Drink Suspected To Contain Methanol:ବିଷାକ୍ତ ପାନୀୟ ପାନୀୟ ପିଇ ୪୮ ଜଣଙ୍କ ମୃତ୍ୟୁ; ୧୦୦ ଜଣ ଡାକ୍ତରଖାନାରେ ଭର୍ତ୍ତି

Comments are closed.