Latest Odisha News

BREAKING NEWS

ପତିଙ୍କ ଚ୍ୟାଲେଞ୍ଜ ସ୍ୱୀକାର କରି ୯ ମାସର ଗର୍ଭବତୀ ୧.୬ କିଲୋମିଟର ଦୌଡିଲେ

ନ୍ୟୁୟର୍କ: ଆମେରିକାର ମାକେନା ମିଲର ରାତାରାତି ଏବେ ଚର୍ଚ୍ଚିତ ମହିଳା ପାଲଟି ଯାଇଛନ୍ତି । ପତିଙ୍କ ଚ୍ୟାଲେଞ୍ଜକୁ ସ୍ୱୀକାର କରି ୯ ମାସର ଗର୍ଭବତୀ ମିଲର ୧.୬ କିଲୋମିଟର ଦୌଡିଥିଲେ । ଏଥିପାଇଁ ତାଙ୍କୁ ୫ ମିନିଟ ୨୫ ସେକେଣ୍ଡ ସମୟ ଲାଗିଥିଲା । ସେ ଜାଣି ନ ଥିଲେ ତାଙ୍କ ପତି ମାଇକ ସେ ଦୌଡୁଥିବାର ଫଟୋ ଓ ଭିଡିଓ ଲୁଚି କରି ଶୁଟିଂ କରିଛନ୍ତି । ଟିକଟକରେ ଏହା ଭାଇରାଲ ହେବା ପରେ ସେ ଏ ବିଷୟରେ ଜାଣିଥିଲେ ।

ତେବେ ସେ ଦୌଡୁଥିବାରୁ ଦେଖି ଅନେକ ପେଟରେ ବଢ଼ୁଥିବା କୁନି ଶିଶୁଟି ପାଇଁ ବ୍ୟସ୍ତ ହୋଇ ପଡିଥିଲେ । ଏହାର ଜବାବରେ ମାଇକ କହିଥିଲେ ଆମେ ଏ ନେଇ ବେଶ୍ ସଚେତନ ଅଛୁ । ଦୌଡିବା ପୂର୍ବରୁ ଓ ପରେ ସେ ଡାକ୍ତରଙ୍କ ପରାମର୍ଶ ନେଇଥିଲେ । ଏବେ ଉଭୟ ସୁସ୍ଥ ଅଛନ୍ତି । ମହିଳାମାନେ କୌଣସି କ୍ଷେତ୍ରରେ କମ୍ ନୁହନ୍ତି, ଏହା ପ୍ରମାଣ କରିବା ପାଇଁ ମୁଁ ଏହି ଦୌଡ ଲଗାଇଥିଲି ବୋଲି ମିଲର କହିଛନ୍ତି । ୩୪ ଲକ୍ଷ ଲୋକ ଏହାକୁ ଦେଖିସାରିଛନ୍ତି ।

Leave A Reply

Your email address will not be published.