Latest Odisha News

BREAKING NEWS

ମୁରଲିଧରନଙ୍କ ବାୟୋପିକ “800”ରୁ ଓହରିଲେ ବିଜୟ ସେଥୁପତି !

ତେଲେଙ୍ଗାନା: ଖବର ବେଶି ପୁରୁଣା ନୁହେଁ । ଶ୍ରୀଲଙ୍କାର ଲିଜେଣ୍ଡାରୀ କ୍ରିକେଟର୍ ତଥା ସ୍ପିନର୍ ମୁରଲିଧରନଙ୍କ ଉପରେ ବାୟୋପିକ ନିର୍ମାଣ ନେଇ ଖବର ସାମ୍ନାକୁ ଆସିଥିଲା । ଏପରିକି ପୋଷ୍ଟର ବି ରିଲିଜ ହୋଇଥିଲା । ମୁଖ୍ୟ ଭୂମିକାରେ ନଜର ଆସିଥାନ୍ତେ ସାଉଥ୍ ସୁପରଷ୍ଟାର ବିଜୟ ସେଥୁପତି । ହେଲେ ଏବେ ଏହି ବାୟୋପିକ ନିର୍ମାଣ ନେଇ ଦ୍ୱନ୍ଦ ଉପୁଜିଛି ।

ବାୟୋପିକ୍‌ର ଟାଇଟଲ ରହିଥିଲା 800 । ଜଣେ ତାମିଲ ହୋଇ ମଧ୍ୟ ୨୦୦୯ରେ ତାମିଲ ଲୋକଙ୍କୁ ହତ୍ୟା ଘଟଣାରେ ମୁରଲିଧରନ ନିଜ ସରକାରକୁ ସମର୍ଥନ କରିଥିଲେ । ଏହି କାରଣରୁ ତାଙ୍କ ବାୟୋପିକରେ ବିଜୟ ସେଥୁପତି ଅଭିନୟ କରିବା ନେଇ ଭାରତର ତାମିଲ ଲୋକେ ବିରୋଧ କରିଥିଲେ । ଏପରିକି ଫିଲ୍ମରେ ଅଭିନୟ କଲେ ଆଗାମୀ ଦିନରେ ବିଜୟ ପଶ୍ଚାତାପ କରିବେ ବୋଲି ମଧ୍ୟ ଖୋଲାଖୋଲି ଧମକ ମିଳିଥିଲା ।

ବହୁ ବାଦବିବାଦ ପରେ ଶେଷରେ ମୁରଲିଧରନ ମୁହଁ ଖୋଲିଛନ୍ତି । ଏକ ସ୍ଥାନୀୟ ମ୍ୟାଗାଜିନ ଜରିଆରେ ସେ ବିଜୟଙ୍କୁ ତାଙ୍କ ବାୟୋପିକରୁ ଓହରିଯିବାକୁ ଅନୁରୋଧ କରିଥିଲେ । ଅନୁରୋଧକୁ ରକ୍ଷା କରି ବିଜୟ ଫିଲ୍ମରୁ ଓହରିଯାଇଛନ୍ତି । ତେବେ ମୁରଲିଧରନଙ୍କ ତାମିଲ ଭାଷାରେ ଥିବା ଷ୍ଟେଟ୍‌ମେଣ୍ଟକୁ ସେ ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହି ଷ୍ଟେଟମେଣ୍ଟରେ ମୁରଲିଧରନ୍ କହିଛନ୍ତି, “ବାୟୋପିକ୍ ୮୦୦ରୁ ଓହରିଯିବାକୁ ଅନେକ ବିଜୟଙ୍କୁ ଚାପ ପକାଉଛନ୍ତି । ମୋ ପାଇଁ ଜଣେ ପ୍ରତିଭାବାନ ଅଭିନେତା କୌଣସି ଅସୁବିଧାର ସମ୍ମୁଖୀନ ହୁଅନ୍ତୁ, ତାହା ମୁଁ ଚାହେଁନା । ଏଥିପାଇଁ ମୁଁ ତାଙ୍କୁ ଅନୁରୋଧ କରୁଛି ଏହି ଫିଲ୍ମରୁ ସେ ଓହରି ଯାଆନ୍ତୁ । ଯୁବ ତଥା ପ୍ରତିଭାବାନ କ୍ରିକେଟର ଏହି ଫିଲ୍ମ ଦ୍ୱାରା ଅନୁପ୍ରାଣିତ ହୋଇଥାନ୍ତେ, ଏଥିପାଇଁ ମୁଁ ବାୟୋପିକକୁ ମୁଁ ଗ୍ରହଣ କରିଥିଲି । ଏଭଳି ବିବାଦୀୟ ସମୟରେ ବି ଗଣମାଧ୍ୟମ, ବିଜୟଙ୍କ ଫ୍ୟାନ ଓ ତାମିଲନାଡୁର ଲୋକେ ମୋତେ ସମର୍ଥନ ଦେଇଥିବାରୁ ତାଙ୍କୁ ଅଶେଷ ଧନ୍ୟବାଦ “

Leave A Reply

Your email address will not be published.