Latest Odisha News

ରାଜ୍ୟରେ ‘ମୋ ବିଦ୍ୟୁତ୍ ଆପ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଦିନ ରାଜ୍ୟରେ ମୋ ବିଦ୍ୟୁତ୍ ଆପ୍‌ର ଶୁଭାରମ୍ଭ କରିଛନ୍ତି।

ସୂଚନା ଅନୁଯାୟୀ, ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଗ୍ରାହକ ସେବା ପାଇବାରେ ସାହାଯ୍ୟ କରିବ ଏହି ଆପ୍‌। ଯାହା ପରେ

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ବିଦ୍ୟୁତ ସେବା ବର୍ତ୍ତମାନ ମୋ ସରକାର ଅଧୀନକୁ ଆସିବ। ରାଜ୍ୟବାସୀ ଏହି ଅନଲାଇନ ସେବାରୁ ଉପକୃତ ହେବେ।

ଏହା ଦ୍ବାରା ରାଜ୍ୟର ପ୍ରାୟ ୮୯ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତା ଉପକୃତ ହେବେ ବୋଲି ଜଣାପଡିଛି। ଏହାଛଡା ଅନ୍‌ଲାଇନ୍ ବିଦ୍ୟୁତ୍ ଦେୟ ପଇଠ ଉପରେ ୨% ରିହାତି ମିଳିବ।

ଆହୁରି ମଧ୍ୟ ୪ଟି ବିଦ୍ୟୁତ୍ ଯୋଗାଣକାରୀ ସଂସ୍ଥାର ଦେୟ ପଇଠ ଉପରେ ମଧ୍ୟ ରିହାତି ମିଳିବ।

ତେବେ ୫ କିଲୋୱାଟ୍ ଯାଏ ବିଜୁଳି ବ୍ୟବହାର, ସଂଯୋଗ, ଘରୋଇ, ବ୍ୟବସାୟ, କୃଷି ଓ ଜଳସେଚନ ପାଇଁ ୪୮ ଘଣ୍ଟାରେ ସଂଯୋଗ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି।

Leave A Reply

Your email address will not be published.