ଭୁବନେଶ୍ୱର: ରାଜ୍ୟରେ ଶୁଖିଲା ପାଗ ଅନୁଭୂତ ହେଉଥିବା ବେଳେ ତାତି ବଢ଼ିଛି । ଆଜି ରାଜ୍ୟର ୯ ସହରର ତାପମାତ୍ରା ୩୭ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା ୩୭.୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅନୁଗୁଳରେ ୩୭.୭ ଡିଗ୍ରୀ, ଭୁବନେଶ୍ୱରରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।
Several parts of Odisha again started reporting temperatures in the range of 37°C to 38°C & will continue for another 2 days.
After almost 5days state capital #Bhubaneswar today recorded a temperature of 37. 6°C & #Cuttack 37°C pic.twitter.com/Wi480ourSW
— usd (@usd0705) March 12, 2023
ପାଣିପାଗ ବିଭାଗର ଆକଳନ ଅନୁସାରେ, ରାଜ୍ୟରେ ଏବେ ଶୁଖିଲା ପାଗ ରହିବ । ୧୫ ଓ ୧୬ ତାରିଖ ଦୁଇ ଦିନ ପଶ୍ଚିମା ଝଡ଼ ପ୍ରଭାବରେ କିଛି ଜିଲ୍ଲାରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି । ୧୬ ତାରିଖରେ ଘଡ଼ଘଡ଼ି ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ, ଯାଜପୁର ଓ ଢେଙ୍କନାଳା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟରେ ହେବ ବର୍ଷା । ୧୫ ଓ ୧୬ ତାରିଖରେ ରାଜ୍ୟର କିଛି ଜିଲ୍ଲା ବର୍ଷା ନେଇ ପାଣିପାଗ ବିଭାଗର ପୂର୍ବାନୁମାନ । @usd0705 #Rain #WesternOdisha #Tempreture #OdishaSambad pic.twitter.com/K3paIM8KOc
— Odisha Sambad (@Odisha_Sambad) March 12, 2023
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁସାରେ, ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ପାଗ ବିଶେଷତଃ ଶୁଖିଲା ରହିବ ।
Comments are closed.