Latest Odisha News

BREAKING NEWS

ଚଳିତ ମାସରେ ହଲକୁ ଆସିବ ଓଡ଼ିଆ ଚଳଚ୍ଚିତ୍ର ‘ମନସ୍କ’

ଭୁବନେଶ୍ୱର: ମନୋବିଜ୍ଞାନ ଓ ଦର୍ଶନକୁ ନେଇ ନିର୍ମିତ ହରର୍ ଓଡ଼ିଆ ଫିଲ୍ମ ‘ମନସ୍କ’ ଚଳିତ ମାସରେ ସାରା ରାଜ୍ୟର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଭିନ୍ନ ଧରଣର ଏହି ଚଳଚ୍ଚିତ୍ର ଦର୍ଶକଙ୍କୁ ବାନ୍ଧି ରଖିବାରେ ସଫଳ ହେବ ବୋଲି ଆଶା ରଖିଛନ୍ତି ନିର୍ଦ୍ଦେଶକ ମାନସ ସାହୁ ।

ସେ କହିଛନ୍ତି, ଏଭଳି ଫିଲ୍ମ ଦେଖିବାକୁ ଲୋକେ ନିଶ୍ଚୟ ହଲକୁ ଆସିବେ । ଭଲ ଓ ଖରାପ ଚିନ୍ତାଧାରା କିଭଳି ଜୀବନକୁ ପ୍ରଭାବିତ କରିଥାଏ ତାହା ‘ମନସ୍କ’ ଫିଲ୍ମରେ ଦର୍ଶା ଯାଇଛି । ଏ ଫିଲ୍ମର କାହାଣୀ ଲିଙ୍ଗରାଜ ନାଥ ଲେଖିଥିବା ବେଳେ ଭବାନୀ ପ୍ରସାଦ ମାଝୀ ପ୍ରଯୋଜନା କରିଛନ୍ତି ।

‘ମନସ୍କ’ରେ ଲିଡ୍ ରୋଲରେ ମଧୁମିତା ବାରିକଙ୍କ ସହ ଅଶ୍ୱନୀ ରାୟ ନଜର ଆସିବେ । ବୌଦ୍ଧ ଧର୍ମାନୁଲମ୍ବୀ ଭୂମିକାରେ ନଜର ଆସିବେ ବିକାଶ ଚୌଧୁରୀ । ନିର୍ଦ୍ଦେଶକ ମାନସ ସାହୁ ଏହା ପୂର୍ବରୁ ଏକାଧିକ ତାମିଲ୍ ଓ ହିନ୍ଦୀ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ତାଙ୍କ ନିର୍ଦ୍ଦେଶକ ଚଳଚ୍ଚିତ୍ର ‘ଅନ୍ତର୍ଲିନ୍’ ଉଚ୍ଚ ପ୍ରଂଶସିତ ହେବା ସହ ପୁରସ୍କୃତ ହୋଇଥିଲା ।

Leave A Reply

Your email address will not be published.