Latest Odisha News

BREAKING NEWS

ପତାକା ଉତ୍ତୋଳନ ପରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ୯ ଛାତ୍ରୀ

ଦେବଗଡ଼: ବାରକୋଟ ବ୍ଲକ ପଡିଆନାଲି ସ୍କୁଲରେ ଅଘଟଣ। ହଠାତ ଅସୁସ୍ଥ ହୋଇପଡିଲେ ୯ ଜଣ ଛାତ୍ରୀ। ଅସ୍ବାଭିକ ଆଚରଣ ସହ ଛାତ୍ରୀମାନେ କାନ୍ଦିବା ଆରମ୍ଭ କଲେ। ଏହି ଅସୁସ୍ଥ ଛାତ୍ରୀଙ୍କୁ ମେଡିକାଲ ନେଲେନି ଅଭିଭାବକ। ମେଡିକାଲ ପରିବର୍ତ୍ତେ ନିକଟସ୍ଥ ମହାମାୟୀ ମଣ୍ଡପକୁ ନେଇ କରାଗଲା ପୂଜାର୍ଚ୍ଚନା।

ସୂଚନା ଅନୁସାରେ ଆଜି ସ୍ୱାଧିନତା ଦିବସ ଅବସରରେ ପତାକା ଉତ୍ତଳନ ବେଳେ ଉକ୍ତ ଛାତ୍ରୀମାନେ
ହଠାତ୍ ତଳେ ଗଡ଼ିଯାଇ ଅସ୍ବାଭାବିକ ଆଚରଣ ଦେଖାଉଥିଲେ। କାହାକୁ କିଛି ସ୍ପଷ୍ଟ ଭାବେ କହିପାରିଲେ ନାହିଁ ଏବଂ ସେମାନଙ୍କ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଅସ୍ବାଭାବିକ ଭାବେ ଥରିବାକୁ ଲାଗିଲା। ଏଭଳି ଦୃଶ୍ୟ ଦେଖି ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷକ ଏବଂ ଅଭିଭାବକମାନଙ୍କ ମଧ୍ୟରେ ଆତଙ୍କ ଖେଳିଗଲା। ଚିକିତ୍ସା ପାଇଁ ଡାକ୍ତରଖାନା ନେବା ବଦଳରେ ମହାମାୟୀ ମଣ୍ଡପରେ ପୂଜାର୍ଚ୍ଚନା କରୁଛନ୍ତି ଅଭିଭାବକ।

Comments are closed.