Latest Odisha News

BREAKING NEWS

ପତାକା ଉତ୍ତୋଳନ ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଶିକ୍ଷକ ମୃତ

ସୋର: ବାଲେଶ୍ୱର ମଇତାପୁରର ଏକ ଘରୋଇ ସ୍କୁଲରେ ପତାକା ଉତ୍ତୋଳନ ବେଳେ ଅଘଟଣ। ବିଦ୍ୟୁତ ସଂସ୍ପର୍ଶରେ ଆସି କ୍ରୀଡ଼ା ଶିକ୍ଷକ ପ୍ରିୟବ୍ରତ ବେହେରା ମୃତ। ପତାକା ଖୁଣ୍ଟି ପୋତିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର। ୩ ଗୁରୁତର ଛାତ୍ରଙ୍କୁ ସିମୁଳିଆ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣାକୁ ନେଇ ସ୍କୁଲ ପରିସରରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, ସ୍ୱାଧୀନତା ଦିବସ ଅବସରରେ ସ୍କୁଲରେ ପତାକା ଉତ୍ତୋଳନ ପାଇଁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ପତାକା ଲଗାଇବା ପାଇଁ ଲୁହା ପାଇପ୍ ପୋତାଯାଉଥିଲା। ତେବେ ଉପର ଦେଇ ଯାଇଥିବା ବିଦ୍ୟୁତ ତାର ସହ ପାଇପ୍‌ଟି ସଂସ୍ପର୍ଶରେ ଆସିଥିଲା। ଫଳରେ ହଠାତ୍‌ ବିଦ୍ୟୁତ ଆଘାତ ଲାଗି ଶିକ୍ଷକଙ୍କ ସମେତ ୩ ଜଣ ଛାତ୍ର ଗୁରୁତର ହୋଇଥିଲେ। ମୃତ ଶିକ୍ଷକ ପ୍ରିୟବ୍ରତ ବେହେରା ଜଳେଶ୍ୱର ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଭଦ୍ରକ ମେଡିକାଲକୁ ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ପ୍ରିୟବ୍ରତଙ୍କ ମୃତ୍ୟୁ ହୋଇଛି।

Comments are closed.