Latest Odisha News

BREAKING NEWS

ଖଲ୍ଲିକୋଟ କଲେଜ ରାଗିଂ ଘଟଣାରେ ୯ ଜଣ ଛାତ୍ର ନିଲମ୍ବିତ

ବ୍ରହ୍ମପୁର: ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟ ରାଗିଂ ଘଟଣାରେ ୯ ଛାତ୍ର ନିଲମ୍ବିତ। ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ଆଣିଥିବା ରାଗିଂ ଅଭିଯୋଗର ସ୍କୁଲ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ ଏହି ମାମଲାରେ ସ୍କୁଲ କର୍ତ୍ତୃପକ୍ଷ ୯ ଜଣିଆ ଆଣ୍ଟି ରାଗିଂ କମିଟି ଦ୍ୱାରା ତଦନ୍ତ କରାଉଛନ୍ତି। ଯେପର୍ଯ୍ୟନ୍ତ ଚୂଡ଼ାନ୍ତ ରିପୋର୍ଟ ନଆସିଛି କଲେଜ କର୍ତ୍ତୃପକ୍ଷ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ନିଲମ୍ବିତ କାଏମ ରହିବ। ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଲମ୍ବିତ ରହିବ କହିଛନ୍ତି କଲେଜ ଅଧ୍ୟକ୍ଷ ରାଧାନାଥ ନାୟକ। ଏ ନେଇ ପୁଲିସକୁ ଅବଗତ କରାଇଛନ୍ତି ବୋଲି କହିଛନ୍ତି କଲେଜ କର୍ତ୍ତୃପକ୍ଷ।

ଖଲ୍ଲିକୋଟ ଉଚ୍ଚ ମାଧ୍ଯମିକ ସ୍କୁଲର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏକ ଚିଠି ଲେଖି ରାଗିଂ ଘଟଣା ସାମ୍ନାକୁ ଆଣିଥିଲେ। ଯେଉଁଥିରେ ସେ ସ୍କୁଲର ଶ୍ରେଣୀ ଗୃହରେ ହେଉଥିବା ବିଶୃଙ୍ଖଳା ବାବଦରେ ଉଲ୍ଲେଖ କରିଛନ୍ତି। ଏଥିସହ ତାଙ୍କୁ କିଛି ଛାତ୍ର ଫଲୋ କରୁଥିବାରୁ ନିଜର ସୁରକ୍ଷାକୁ ନେଇ ଚିନ୍ତିତ ବୋଲି କହିଥିଲେ। ଯଦି ଆଗାମୀ ଦିନରେ ଏପରି ହୁଏ ତାହେଲେ ତାଙ୍କ ପାଠ ପଢା ପରିବାର ଲୋକଙ୍କ ଦ୍ବାରା ବନ୍ଦ ହୋଇପାରେ ବୋଲି ଆଶଙ୍କା କରିଛନ୍ତି। ତେବେ ରାଗିଂ କିଏ କରିଛନ୍ତି ଛାତ୍ରୀ ଜଣଙ୍କ କହି ନାହାନ୍ତି କିମ୍ବା ସେ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଲେଖିଥିବା ଚିଠିରେ ମଧ୍ୟ ଉଲ୍ଲେଖ କରିନାହାନ୍ତି।

ଯୁକ୍ତ ଦୁଇର ପ୍ରଥମ ବର୍ଷର ଛାତ୍ରୀ ଜଣଙ୍କ କହିଥିଲେ, ଶ୍ରେଣୀ ଗୃହରେ ପାଠ ପଢାହେଲା ବେଳେ ସିନିୟର ଛାତ୍ର ବାଣ ଫୁଟାଉଛନ୍ତି। ଏମିତିକି ଅଶୀଳ ଭାଷାରେ କଥା ହେଉଛନ୍ତି। ବେଳେ ବେଳେ ଫଲୋ ମଧ୍ୟ କରୁଛନ୍ତି।

Leave A Reply

Your email address will not be published.