ଦିଶପୁର: ଆସାମର ଦୀମା ହସାଓ ଜିଲ୍ଲାରେ ବଡ଼ ଧରଣର ଅଘଟଣ । ମେଘାଳୟ ସୀମା ନିକଟ ଏଠାରେ ବେଆଇନ ଖଣି ଉମରଙ୍ଗସୋ ସହରରେ ଥିବା ୩୦୦ ଫୁଟ୍ ଗଭୀର ଏକ କୋଇଲା ଖଣିରେ ପାଣି ପଶିଯିବାରୁ ୯ ଜଣ ଶ୍ରମିକ ଏହା ଭିତରେ ଫସିରହିଛନ୍ତି । ଶ୍ରମିକମାନଙ୍କୁ ଉଦ୍ଧାର କରିବା ପାଇଁ ରେସକ୍ୟୁ ଅପରେସନ ପାଇଁ ଭାରତୀୟ ସେନା, ଏସଡିଆରଏଫ୍ ଏବଂ ଏନଡିଆରଏଫର ସ୍ୱତନ୍ତ୍ର ଟିମ୍ ନିୟୋଜିତ ହୋଇଛି ।
ସୂଚନା ମୁତାବକ, ଖଣିରେ ପାଖାପାଖି ୧୦୦ ଫୁଟ୍ ପର୍ଯ୍ୟନ୍ତ ପାଣି ଭରିଯାଇଛି । କିନ୍ତୁ ବହୁ ଉଚ୍ଚତା ପର୍ଯ୍ୟନ୍ତ ପାଣି ଭରିଯାଇଥିବାରୁ ଅସୁବିଧାର ସାମ୍ନା କରିବାକୁ ପଡ଼ୁଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମାଙ୍କ ନିର୍ଦ୍ଦେଶରେ ଶ୍ରମିକମାନଙ୍କୁ ଉଦ୍ଧାର ପାଇଁ ସେନାର ସ୍ୱତନ୍ତ୍ର ଫୋର୍ସ ମୁତୟନ କରାଯାଇଛି ।
ଏହା ପୂର୍ବରୁ ୨୦୨୧ରେ ଏକ ଡିନାମାଇଟ୍ ବିସ୍ଫୋରଣ ପରେ କୋଇଲା ଖଣିରେ ପାଣି ଭରି ୫ ଜଣ ଶ୍ରମିକ ଫସି ରହିଥିଲେ । ତା ପୂର୍ବରୁ ୨୦୧୮ ଡିସେମ୍ବରରେ ମେଘାଳୟର ପୂର୍ବ ଜୟନ୍ତିୟା ହିଲ୍ସରେ ଏକ ବେଆଇନ କୋଇଲା ଖଣିରେ ପାଣି ପଶିଯାଇଥିଲା । ଫଳରେ ସେଠାରେ ୧୫ ଜଣ ଶ୍ରମିକ ଫସି ଯାଇଥିଲେ ।