Latest Odisha News

BREAKING NEWS

IIT ରୁରକୀରେ ୯୦ ଛାତ୍ରଛାତ୍ରୀଙ୍କୁ କରୋନା, ସିଲ୍ ହେଲା ହଷ୍ଟେଲ

ରୁରକୀ: ଉତ୍ତରାଖଣ୍ଡ ରୁରକୀ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (IIT)ର ୯୦ ଜଣ ଛାତ୍ରଛାତ୍ରୀ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ଆଇଆଇଟି ରୁରକୀର ମିଡିଆ ସେଲ୍ ଇନଚାର୍ଜ ସୋନିକା ଶ୍ରୀବାସ୍ତବ ସୂଚନା ଦେଇଛନ୍ତି ।

ପାଖାପାଖି ଶହେ ଜଣ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ହରିଦ୍ୱାର ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ୫ଟି ହୋଟେଲକୁ ସିଲ୍ କରିଛି । ସିଲ୍ ହୋଇଥିବା ହଷ୍ଟେଲ୍ କୋରାଲ, କସ୍ତୁରବା, ସରୋଜିନି, ଗୋବିନ୍ଦ ଓ ବିଜ୍ଞାନ କୁଞ୍ଜ । ଏହାକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଆଇଆଇଟି ରୁରକୀରେ ପ୍ରାୟ ୩ ହଜାର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ସେଥିମଧ୍ୟରୁ ପାଖାପାଖି ୧୨୦୦ ଛାତ୍ରଛାତ୍ରୀ ୫ଗୋଟି ହଷ୍ଟେଲରେ ରହୁଛନ୍ତି । ଏବେ ସମସ୍ତ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ହିଁ ଚିକିତ୍ସା କରାଯାଉଛି । ଏବେ ଆଇଆଇଟିକୁ ଆସିବାକୁ ଥିବା ଛାତ୍ରଛାତ୍ରୀଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶନାମା ଯାଏ ଆସିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.