Latest Odisha News

BREAKING NEWS

ଆଜିଠୁ ଆଇପିଏଲ୍ ମହାସମର, ଉଦଘାଟନୀ ମ୍ୟାଚରେ ମୁମ୍ବାଇ-ବେଙ୍ଗଳୁରୁ ମୁକାବିଲା

ଚେନ୍ନାଇ: ଫଟାଫଟ୍ କ୍ରିକେଟ୍ ଆଇପିଏଲର ୧୪ ତମ ସଂସ୍କରଣ ଆଜିଠୁ ଆରମ୍ଭ ହେବ । ଉଦଘାଟନୀ ମ୍ୟାଚକୁ ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଚେନ୍ନାଇରେ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଳୁରୁ ମଧ୍ୟରେ ମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ମହାମାରୀ କରୋନା ବ୍ୟାପୁଥିବାରୁ ଆଇପିଏଲର ସମସ୍ତ ମ୍ୟାଚ୍ ବିନା ଦର୍ଶକରେ ଖେଳାଯିବ । ମେ ୩୦ ଯାଏ ଦେଶର ୬ ସ୍ଥାନରେ ସମସ୍ତ ମ୍ୟାଚ୍ ଖେଳାଯିବ ।

କରୋନାର ବଢ଼ୁଥିବା ମାମଲାକୁ ଦେଖି ଆଇପିଏଲର ଆୟୋଜନ ଜୈବିକ ଭାବେ ସୁରକ୍ଷିତ ପରିବେଶରେ କରାଯାଉଛି । ଦର୍ଶକଙ୍କୁ ଷ୍ଟାଡ଼ିୟମ୍ ବାରଣ କରାଯାଇଛି । ମାତ୍ର ୫ ମାସ ମଧ୍ୟରେ ୨ଟି ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ହେଉଛି । କରୋନାର ଦ୍ୱିତୀୟ ଲହର ମଧ୍ୟରେ ପ୍ରଶଂସକଙ୍କ ପାଇଁ ଆଗାମୀ ୭ ସପ୍ତାହ ବେଶ୍ ରୋମାଞ୍ଚକର ହେବ ।

ଲିଗ୍ ଷ୍ଟେଜରେ ସମସ୍ତ ଟିମ୍ ୬ଟି ଭେନ୍ୟୁ ମଧ୍ୟରେ ୪ଟିରେ ମ୍ୟାଚ୍ ଖେଳିବେ । ଟୁର୍ଣ୍ଣାମେଣ୍ଟରେ ମୋଟ ୫୬ଟି ମ୍ୟାଚ୍ ଖେଳାଯିବ । ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ବେଙ୍ଗଳୁରୁରେ ୧୦ଟି ଲେଖାଏଁ ମ୍ୟାଚ୍ ଖେଳାଯିବ । ଯେତେବେଳେକି ଅହମଦାବାଦ ଓ ଜିଲ୍ଲୀରେ ୮ଟି ଲେଖାଏଁ ମ୍ୟାଚ୍ ହେବ । ଦ୍ୱିପ୍ରହରରେ ହେବାକୁ ଥିବା ମ୍ୟାଚ୍ ସାଢ଼େ ୩ଟାରେ ଆରମ୍ଭ ହେବ । ସନ୍ଧ୍ୟାରେ ହେବାକୁ ଥିବା ମ୍ୟାଚ୍ ୭ଟା ୩୦ରେ ଆରମ୍ଭ ହେବ । ମେ ୩୦ରେ ଅହମଦାବାଦରେ ଖେଳାଯିବ ଆଇପିଏଲର ଫାଇନାଲ୍ ମ୍ୟାଚ୍ ।

Leave A Reply

Your email address will not be published.