Latest Odisha News

BREAKING NEWS

ବଢୁଛି ସଂକ୍ରମଣ; ଦେଶରୁ ଦିନକରେ ୩ ଲକ୍ଷ ୬୦ ହଜାର ପଜିଟିଭ୍, ୩୨୯୩ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୯ ହଜାର ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପ୍ରାୟ ୩ ଲକ୍ଷ ୬୦ ହଜାର ଛୁଇଁଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ ଲକ୍ଷ ୬୦ ହଜାର ୯୬୦ ନୂଆ ଆକ୍ରାନ୍ତ। ଏହି ସମୟରେ ମହାମାରୀ ନେଇଛି ଆଉ ୩୨ଶହ ୯୩ ଜୀବନ।

ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨ ଲକ୍ଷ ୦୧ ହଜାର ୧୮୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ଦେଶରୁ ୨ ଲକ୍ଷ ୬୧ ହଜାର ୧୬୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ମୋଟ୍ ୨୯ ଲକ୍ଷ ୭୮ ହଜାର ୭୦୯ଟି କରୋନା ଆକ୍ଟିଭ୍ କେସ୍ ରହିଛି।

Leave A Reply

Your email address will not be published.