Latest Odisha News

BREAKING NEWS

ମେସିଙ୍କ ସମର୍ଥନ ପାଇଁ କତାର ପଂହଚିଲେ ୯୦୦୦ରୁ ଅଧିକ ଭାରତୀୟ ପ୍ରଶଂସକ

ନୂଆଦିଲ୍ଲୀ: ଫିଫା ବିଶ୍ୱକପ ଏବେ ଅନ୍ତିମ ପର୍ଯ୍ୟାୟରେ ପଂହଚିଛି । ବଡ ଟିମ ମଧ୍ୟରେ ବ୍ରାଜିଲ ଏବଂ ପର୍ତୁଗାଲ ବିଦା ହେବା ପରେ ଆର୍ଜେଂଟିନା ଓ ଲିଓନେଲ ମେସିଙ୍କ ଉପରେ ଏବେ ସମସ୍ତଙ୍କ ନଜର । ରିପୋର୍ଟ ମୁତାବକ ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ମେସିଙ୍କ ସମର୍ଥନ ପାଇଁ ଭାରତର ୯୦୦୦ରୁ ଊର୍ଦ୍ଧ୍ୱ ପ୍ରଶଂସକ କତାର ଗସ୍ତରେ ଯାଇଛନ୍ତି । ଟ୍ରାଭେଲ ଏଜେଂଟସ ଫେଡେରେଶନ ଅଫ ଇଣ୍ଡିଆର ପୂର୍ବାଂଚଳ ମୂଖ୍ୟ ଅନୀଲ ପଂଜାବୀ ଏହା କହିଛନ୍ତି । ଏବେ ବି ଅନେକ ଲୋକ କତାର ଯିବା ପାଇଁ ସେଠାରେ କିପରି ସୁବିଧାରେ ରହିହେବ ସେ ନେଇ ପଚରାଉଚରା ଜାରୀ ରଖିଛନ୍ତି । କୋଲକାତାରୁ ଅଧିକ ଏ ନେଇ ଯାତ୍ରା କରିଛନ୍ତି । ଆଗକୁ ଆହୁରି ୧୫୦୦ ଲୋକ କତାର ଯିବା ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ବିଶେଷ କରି ଆର୍ଜେଂଟିନା ଏବଂ ମେସିଙ୍କ ପ୍ରଶଂସକଙ୍କ ନିକଟରେ ଏ ପାଗଳାମୀ ଦେଖିବାକୁ ମିଳୁଛି ।

ବର୍ତମାନ କତାର ଯିବା ଆସିବା ପାଇଁ ଅତି କମରେ ୫୫ରୁ୬୦ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ବୁଧବାର ଆର୍ଜେଂଟିନା ଓ କ୍ରୋଏସିଆ ମଧ୍ୟରେ ପ୍ରଥମ ସେମିଫାଇନାଲ ମ୍ୟାଚ ଖେଳାଯିବ । ମେସିଙ୍କ ଏହା ଶେଷ ବିଶ୍ୱକପ ହେବାକୁ ଯାଉଥିବାରୁ ପ୍ରଶଂସକଙ୍କ ଉତ୍ସାହ ଏ ନେଇ ଅଧିକ ରହିଛି । କ୍ରିଷ୍ଟିଆନ ରୋନାଲ୍ଡୋ ପ୍ରଶଂସକଙ୍କୁ ନିରାଶ ହେବାକୁ ପଡିଛି । ପର୍ତୁଗାଲ ବିଦା ନେବା ପରେ ସେମାନଙ୍କ ଆଗ୍ରହ କମିଯାଇଛି । ସେହିପରି ବ୍ରାଜିଲ ମଧ୍ୟ ପ୍ରଶଂସକଙ୍କୁ ନିରାଶ କରିଛି ।

Leave A Reply

Your email address will not be published.