Latest Odisha News

BREAKING NEWS

ଘରୋଇ ବିଦ୍ୟାଳୟରେ ଚାଲିଥିଲା ନକଲି ମଦ କାରଖାନା

ରାଉରକେଲା: ବିଦ୍ୟାଳୟ ଭିତରେ ଚାଲିଥିଲା ନିଶା କାରବାର । ଜହରରେ ହେଉଥିଲା ଅପମିଶ୍ରଣ । ନାମୀଦାମୀ ବ୍ରାଣ୍ଡର ଷ୍ଟିକର ଲଗାଇ ହେଉଥିଲା ବାହାରେ ବିକ୍ରି । ଦୀର୍ଘ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଫୁଲଝର ଅଞ୍ଚଳର ଏକ ଘରୋଇ ସ୍କୁଲରେ ବେଧଡ଼କ ଭାବେ ନକଲି ମଦ କାରଖାନା ଚାଲିଥିଲା ।

ରାଞ୍ଚିରୁ ଶସ୍ତା ନକଲି ମଦ ସହ ଅନ୍ୟ ସାମଗ୍ରୀ ଆଣି ଘରୋଇ ସ୍କୁଲରେ ପ୍ୟାକିଂ କରାଯାଇ ରାଉରକେଲା ସହ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପଠା ଯାଉଥିଲା । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ ଅବକାରୀ କମିଶନ । ଆଉ ଏହା ପରେ ଜିଲ୍ଲା ଅବକାରୀ ବିଭାଗଙ୍କ ନିର୍ଦ୍ଦେଶରେ ରବିବାର ଭୋରରୁ ସ୍ୱତନ୍ତ୍ର ସ୍କ୍ୱାଡ୍ ରେଡ୍ କରିଥିଲା ।

ରେଡ୍ ବେଳେ ବିଭିନ୍ନ ବ୍ରାଣ୍ଡର ଠିପି, ଲେବୁଲ୍ ଓ ଷ୍ଟିକର ସହ ବିପୁଳ ମଦ ଏବଂ ଏକ କାରକୁ ଜବତ କରାଯାଇଛି । ଘଟଣାରେ ଦୁଇ ଅଭିଯୁକ୍ତ ସୁରେନ୍ଦ୍ର ବଡ଼ାଇକ ଓ ପବନ ମିତ୍ତଲଙ୍କୁ ଗିରଫ କରିଛି ଅବକାରୀ ବିଭାଗର ସ୍ୱତନ୍ତ୍ର ସ୍କ୍ୱାଡ୍ ।

Leave A Reply

Your email address will not be published.