Latest Odisha News

BREAKING NEWS

ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ନୟାଗଡ଼ : ନୟାଗଡ଼ ଯଦୁପୁର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ନୟାଗଡ଼ ଚିଲଡ୍ରେନ କୋର୍ଟରେ ୩୮୨ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ଏସଆଇଟି । ଗତକାଲି ଏସଆଇଟି କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ।

ମାମଲାରେ ଗିରଫ ହୋଇଛି ସରୋଜ ସେଠୀ । ଗତ ଡ଼ିସେମ୍ବର ୨୦ ତାରିଖରେ ସରୋଜକୁ ଗିରଫ କରିଥିଲା ଏସଆଇଟି । ନାବାଳକ ଦର୍ଶାଇ ମାମଲା ଜୁଭେନଇଲ ଜଷ୍ଟିସ ବୋର୍ଡ଼କୁ ସ୍ଥାନାନ୍ତର କରାଇଥିଲେ କୋର୍ଟ । ପୂର୍ବରୁ ସରୋଜର ବ୍ରେନ ମ୍ୟାପିଂ ପାଇଁ ଏସଆଇଟି ଆବେଦନ କରିଥିଲା । ହେଲେ ଏଥିପାଇଁ ମନା କରିଦେଇଥିଲା ଅଭିଯୁକ୍ତ ।

ଏହାସହ ନାର୍କୋ ଓ ଏଲଭିଏ ଟେଷ୍ଟ ପାଇଁ ମଧ୍ୟ ରାଜି ହୋଇନଥିଲା ସରୋଜ । ଜୁଭେନିଲେ ଜଷ୍ଟିସ ବୋର୍ଡ଼ ଆକ୍ଟ ସେକ୍ସନ ୧୫(୩) ଅନୁସାରେ ଚିଲଡ୍ରେନ କୋର୍ଟରେ ମାମଲାର ବିଚାର କରାଯାଉଛି ।

Leave A Reply

Your email address will not be published.