ନୂଆଦିଲ୍ଲୀ: ବିଶ୍ୱ କ୍ରୀଡାରେ ଫୁଟବଲ ସବୁବେଳେ ଆଗରେ ରହିଥାଏ । ଏହା ପ୍ରତି ପାଗଳାମୀ ପ୍ରାୟ ପ୍ରତ୍ୟେକ ଦେଶରେ ଦେଖିବାକୁ ମିଳିଥାଏ । ଭାରତ ବିଶ୍ୱକପ ପାଇଁ ଯୋଗ୍ୟତା ହାସଲ କରି ନ ଥିଲେ ମଧ୍ୟ ଏହାର ପ୍ରଶଂସକମାନେ ମ୍ୟାଚର ରୋମାଂଚକୁ ଉପଭୋଗ କରୁଛନ୍ତି । ଏକ ସର୍ଭେରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଫିଫା ବିଶ୍ୱକପ ମ୍ୟାଚ ଦେଖିବା ପାଇଁ ରାତି ୩ଟାରେ ଡେଟରେ ଯିବାକୁ ୯୩ ପ୍ରତିଶତ ଭାରତୀୟ ରାଜି ଅଛନ୍ତି । ଏଠି ପ୍ରେମ ବଦଳରେ ସେମାନେ ଫୁଟବଲକୁ ପ୍ରାଥମିକତା ଦେଇଛନ୍ତି । ଡେଟିଂ ଆପ ହାପେନ ପକ୍ଷରୁ ଏହି ସର୍ଭେ କରାଯାଇଛି । ୩୨ ପ୍ରତିଶତ ଆଖିବୁଜି ହଁ କରିଦେବେ ଓ ୩୪ ପ୍ରତିଶତ ସାମ୍ନାରେ କିଏ ପ୍ରସ୍ତାବ ଦେଉଛି ତାହା ଦେଖିବା ପରେ ନିଷ୍ପତି ନେବେ ବୋଲି କହିଛନ୍ତି ।
୪୭ ପ୍ରତିଶତ ତାଙ୍କ ପାର୍ଟନର ସହ ଡେରି ରାତିରେ ମ୍ୟାଚ ଦେଖିବା ପାଇଁ ମନା କରିବେ ନାହିଁ ବୋଲି କହିଛନ୍ତି । ତେବେ ଭିନ୍ନ ଭିନ୍ନ ଟିମକୁ ପସନ୍ଦ କଲେ ବେଶୀ ମଜା ଲାଗିବ ବୋଲି ଅନ୍ୟମାନେ ମତ ଦେଇଛନ୍ତି । ସେମାନଙ୍କ ପାର୍ଟନର ଯେଉଁ ଟିମକୁ ପସନ୍ଦ କରିବେ ଚଳିବ ବୋଲି ମଧ୍ୟ ସେମାନେ ମତ ରଖିଛନ୍ତି । ଫୁଟବଲ ପ୍ରତି ଯୁବପିଢ଼ୀଙ୍କ ଭଲପାଇବା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଭାରତରେ ଏହି ରୋମାଂଚ ଭରି ରହିଥିଲେ ମଧ୍ୟ ଆଧୂନିକ ଫୁଟବଲର ବିଶ୍ୱକପ ସ୍ୱାଦ ପ୍ରଶଂସକମାନେ ଚାଖି ପାରି ନାହାନ୍ତି ।
