Latest Odisha News

BREAKING NEWS

କୋଲକାତାରେ କରୋନାକୁ ହରାଇଲେ ୯୪ ବର୍ଷୀୟ ବୃଦ୍ଧ

କୋଲକାତା: କରୋନା ଯୁଦ୍ଧ ଜିତିଛନ୍ତି କୋଲକାତାର ୯୪ ବର୍ଷୀୟ ବୃଦ୍ଧ । କରୋନାରେ ସଂକ୍ରମିତ ହୋଇ ସୁସ୍ଥ ହେବାରେ ସେ ରାଜ୍ୟରେ ସବୁଠୁ ବୟସ୍କ ବ୍ୟକ୍ତି ହୋଇଛନ୍ତି । ତାଙ୍କ ନାଁ ଲାଲ ମୋହନ ସେଠ । ଘର ଉତ୍ତର କୋଲକାତାର ମାଣିକଲତାରେ । ଜୁନ୍ ୯ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ପ୍ରଶ୍ୱାସ ନେବାରେ ସେ କଷ୍ଟ ଅନୁଭବ କରୁଥିଲେ ।

ଲାଲମୋହନ ସେଠଙ୍କ ପାଖରେ କରୋନା ଲକ୍ଷଣ ଦେଖା ଦେଇଥିବାରୁ ତାଙ୍କୁ କୋଭିଡ୍ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ଜୁନ୍ ୧୩ ତାରିଖରେ ତାଙ୍କର କୋଭିଡ ରିପୋର୍ଟ ଆସିଥିଲା ପଜିଟିଭ୍ । ସୁସ୍ଥ ହେବା ପରେ ଏବେ କୋଲକାତା ମେଡିକାଲ କଲେଜରୁ ଡିସଚାର୍ଜ କରାଯାଇଛି । ଏତିକିବେଳେ ହସ୍ପିଟାଲ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ଶୁଭେଚ୍ଛା ଜଣାଇଥିଲେ ।

କୋଲକାତା ମେଡିକାଲ କଲେଜ ଡାକ୍ତର କହିଛନ୍ତି, ବୟସ୍କ ହୋଇଥିଲେ ବି ଲାଲମୋହନ ସେଠଙ୍କ ରୋଗ ପ୍ରତିରୋଧକ କ୍ଷମତା ଅଧିକ ରହିଛି । ଯେଉଁଥିପାଇଁ ସେ ଖୁବ ଶୀଘ୍ର ଆରୋଗ୍ୟ ଲାଭ କଲେ ।

Leave A Reply

Your email address will not be published.