Latest Odisha News

BREAKING NEWS

ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ବଡ ଆଶ୍ୱସ୍ତି, ମିଳିଲା ଜାମିନ

ନୂଆଦିଲ୍ଲୀ: ଆପ୍ ବିଧାୟକ ଅମାନତୁଲ୍ଲାଙ୍କୁ ମିଳିଲା ବଡ ଆଶ୍ୱସ୍ତି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାର ଅଭିଯୁକ୍ତ ଅମାନତୁଲ୍ଲାଙ୍କୁ ୧୫,୦୦୦ ଟଙ୍କା ବ୍ୟକ୍ତିଗତ ବଣ୍ଡରେ ଜାମିନ ମିଳିଛି । ଇଡିର ସମନରେ ହାଜର ହୋଇ ନ ଥିବାରୁ ଇଡିର ଅଭିଯୋଗରେ ରାଉଜ୍ ଆଭେନ୍ୟୁ କୋର୍ଟ ପକ୍ଷରୁ ଜାରି ସମନ ମାମଲାରେ ସେ କୋର୍ଟରେ ହାଜର ହୋଇଥିଲେ । ଆଜି ରାଉଜ୍ ଆଭେନ୍ୟୁ କୋର୍ଟ ଏହି ମାମଲାର ଶୁଣାଣୀ କରିଛନ୍ତି ।

ସୂଚନା ଅନୁସାରେ, ଅମାନତୁଲ୍ଲାହ ଖାନ୍‌ଙ୍କ ଉପରେ ଦିଲ୍ଲୀ ୱାକଫ୍ ବୋର୍ଡରେ ନିଯୁକ୍ତି କ୍ଷେତ୍ରରେ ଅନିୟମିତତାକୁ ନେଇ ଅଭିଯୋଗ ରହିଥିଲା । ଅବୈଧ ନିଯୁକ୍ତି ମାଧ୍ୟମରେ ଅର୍ଥ ଅର୍ଜନ କରିବା ଓ ସେହି ଅର୍ଥରେ ନିଜ ନାମରେ ଅଚଳ ସମ୍ପତ୍ତି କିଣିବା ପରି ଅଭିଯୋଗ ହୋଇଥିଲା । ଏହି ମାମଲା ୨୦୧୮-୨୨ ସମୟର । ଏହି ମାମଲାକୁ ନେଇ ଇଡି ଆପ୍ ବିଧାୟକଙ୍କୁ ପଚରାଉଚୁରା ଜାରି ରଖିଛି । ଅମାନତୁଲ୍ଲାହ ଖାନଙ୍କ ଉପରେ ଅଭିଯୋଗ ହୋଇଛି କି ଦିଲ୍ଲୀ ୱାକଫ ବୋର୍ଡର ଚେୟାରମ୍ୟାନ ଭାବରେ ୩୨ଜଣଙ୍କୁ ବେଆଇନ ଭାବେ ନିଯୁକ୍ତି ଦେଇଥିଲେ ।

Leave A Reply

Your email address will not be published.