Latest Odisha News

BREAKING NEWS

ଭୁବନେଶ୍ବରରୁ ଚିହ୍ନଟ ହେଲେ ଆଉ ୯୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ସମୟରେ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ହଟସ୍ପଟ ପାଲଟିଥିବା ଭୁବନେଶ୍ବରରେ ପ୍ରତିଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଭଳିସ୍ଥିତିରେ ଆଜି ଚିହ୍ନଟ ହୋଇଛନ୍ତି ଆଉ ୯୬୨ ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୮୧ ଜଣ ଥିବା ବେଳେ, ଲୋକାଲ କେସ୍ ରହିଛି ୭୮୧ । ସେହିପରି ଭୁବନେଶ୍ବରରୁ ସୁସ୍ଥ ହୋଇଛନ୍ତି ୮୫୯ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ବିଏମସି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପଟିଆରୁ ସର୍ବାଧିକ ୭୯ ଜଣ ଥିବା ବେଳେ, ଖଣ୍ଡଗିରିରୁ ୪୯, ଓଲ୍ଡ ଟାଉନରୁ ୪୫, ନୟାପଲ୍ଲୀରୁ ୫୧, ୟୁନିଟ -୯ରୁ ୨୯, ଲକ୍ଷ୍ମୀସାଗରରୁ ୩୪, ଡୁମୁଡୁମାରୁ ୩୨, ଚନ୍ଦ୍ରଶେଖରପୁରରୁ ୩୬, ବରମୁଣ୍ଡାରୁ ୧୯, ୟୁନିଟ-୮ରୁ ୨୦, ବମିଖାଲରୁ ୨୧, ଝାରପଡ଼ାରୁ ୨୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ବାକି ଅଞ୍ଚଳରୁ ମଧ୍ୟ କିଛି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବଜିର ସଂଖ୍ୟାକୁ ମିଶାଇ ଭୁବନେଶ୍ବରରେ ଏପର୍ଯ୍ୟନ୍ତ ଆକ୍ରାନ୍ତ ହେଲେଣି ୫୪ ହଜାର ୫୭୬ ଜର । ଏମାନଙ୍କ ମମଧ୍ୟରୁ ୪୩ ହଜାର ୯୨୦ ଜଣ ସୁସ୍ଥ ହୋଇଥିବା ବେଳେ ୨୮୨ ଜଣଙ୍କ ମୃତ୍ୟୁ ହେଲାଣି । ବାକି ୧୦ ହଜାର ୩୫୩ ଜଣଙ୍କ ଚିକିତ୍ସା ଚାଲିଛି ।

Leave A Reply

Your email address will not be published.