Latest Odisha News

BREAKING NEWS

ତେଲୁଗୁ ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ

ମାଡ୍ରାସ: ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଜୁନିୟର ଏନଟିଆର କରୋନା ପଜିଟିଭ ଥିବା ଜଣାପଡିଛି । ସେ ଏ ନେଇ ସୋସିଆଲ ସାଇଟରେ ସୂଚନା ଦେଇଛନ୍ତି । ଏବେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଆଇସୋଲେଶନରେ ଅଛନ୍ତି । ମୋ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନେ କରୋନ ଟେଷ୍ଟ କରାଇ ନିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଆମେ ସମସ୍ତ ପଦକ୍ଷେପ ଗ୍ରହଣ କରୁଛୁ ବୋଲି କହିଛନ୍ତି ।

ତାଙ୍କ ପୂର୍ବରୁ ଆଲୁ ଅର୍ଜୁନ, ପବନ କଲ୍ୟାଣ, ରାମ ଚରଣଙ୍କ ପରି ଷ୍ଟାର ମଧ୍ୟ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ଜୁନିୟର ଏନଟିଆର ଅଭିନୀତ ବହୁ ପ୍ରତୀକ୍ଷିତ ଆରଆରଆର-ରାନମ, ରୌଦ୍ରମ, ରୁଧୀରମ ଅକ୍ଟୋବର ୧୩ରେ ରିଲିଜ ହେବ ।

Leave A Reply

Your email address will not be published.