Latest Odisha News

BREAKING NEWS

ନିୟମଗିରିର ଦୁଇଟି ସ୍ଥାନରେ ୯୮ ଜଣ ଡଙ୍ଗରିଆ ମହିଳା ପୁରୁଷଙ୍କ ହେଲା ସ୍ୱାବ ଟେଷ୍ଟ

କଲ୍ୟାଣସିଂହପୁର : ଶେଷରେ ସ୍ୱାବ୍ ଟେଷ୍ଟ ପାଇଁ ରାଜି ହେଲେ ରାୟଗଡା କଲ୍ୟାଣସିଂହପୁର ନିୟମଗିରିର ଅଞ୍ଚଳରେ ଡଙ୍ଗରିଆକନ୍ଧମାନେ । ଆଜି ସ୍ଥାପନୀୟ ବିଡିଓ କାଳୁଚରଣ ନାୟକଙ୍କ ଉପସ୍ଥିତିରେ ନିୟମଗିରିର ସୁନାଖଣ୍ଡି ପଞ୍ଚାୟତର ଦୁଇଟି ଗାଁ କାଡ୍ରାକା ବଣ୍ଡେଲି ଓ ପାରାମାଳି ଗାଁର ମୋଟ ୯୮ ଜଣ ଡଙ୍ଗରିଆ ମହିଳା ପୁରୁଷ ଓ ଶିଶୁମାନଙ୍କର ସ୍ୱାବ ଟେଷ୍ଟ ହୋଇଥିଲା ।

ଗତ କିଛିଦିନ ତଳେ ନିୟମଗିରି ଅଞ୍ଚଳରେ କିଛି ଡଙ୍ଗରିଆ କନ୍ଧ କରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏହା ପରେ ଅନ୍ୟମାନଙ୍କର ଟେଷ୍ଟ କରିବାକୁ ମନା କରି ଦେଇଥିଲେ । ଯାହା ଏକ ସମସ୍ୟା ଭାବେ ମୁଣ୍ଡ ଟେକି୍‌ଥିଲା । ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଟେଷ୍ଟ କରିବାକୁ ରାଜି ହୋଇଥିଲେ । ଏକ ଟିମ୍ ଆଜି ଯାଇ ଲୋକମାନଙ୍କ ଟେଷ୍ଟ କରାଇଥିଲେ । ଅନ୍ୟ ଗାଁ ଗୁଡିକୁ ଅଙ୍ଗନାଡି କର୍ମୀ ଓ ଆଶା କର୍ମୀ ମାନେ ଯାଇ ସ୍ୱାବ ଟେଷ୍ଟ କରିବେ ବୋଲି ଜଣାପଡିଛି ।

Comments are closed.