Latest Odisha News

BREAKING NEWS

ମା’ ହେଲେ ଅମୃତା

ମୁମ୍ବାଇ: ମାଆ ହେଲେ ବଲିଉଡର ଚୁଲବୁଲି ନାୟିକା ଅମୃତା ରାଓ । ରବିବାର ସେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଉଭୟ ଅମୃତା ଓ ନବଜାତ ସୁସ୍ଥ ଥିବା ନେଇ ତାଙ୍କ ସମ୍ପର୍କୀୟ ସୂଚନା ଦେଇଛନ୍ତି । ଅମୃତାଙ୍କ ମା’ ହେବା ଖବର ଏବେ ଟ୍ୱିଟର୍‌ରେ ଟ୍ରେଣ୍ଡିଂ ପାଲଟିଛି ।  ଶୁଭେଚ୍ଛା ଓ ଆଶୀର୍ବାଦ ପାଇଁ ସମସ୍ତଙ୍କୁ ଅମୃତା ଓ ତାଙ୍କ ସ୍ୱାମୀ ଅନ୍‌ମୋଲ ଧନ୍ୟବାଦ ଜଣାଇଛନ୍ତି ।

ବଲିଉଡର ସୁପରହିଟ୍ ଫିଲ୍ମ ‘ବିବାହ’ର ହିରୋଇନ୍ ଅମ୍ରିତା ୨୦୧୬ ମସିହାରେ ଅନମୋଲଙ୍କୁ ବିବାହ କରିଥିଲେ। ପାଖାପାଖି ୭ ବର୍ଷ ଧରି ପ୍ରେମ ସମ୍ପର୍କ ଚାଲିବା ପରେ ଶେଷରେ ୨୦୧୬ରେ ଉଭୟ ପରସ୍ପରକୁ ଜୀବନସାଥୀ କରି ନେଇଥିଲେ । ଗର୍ଭବତୀ ଥିବା ନେଇ ଅମୃତା ଗତ ମାସ ସୋଶାଲ ମିଡିଆରେ ଫ୍ୟାନ୍ସଙ୍କୁ ଜଣାଇଥିଲେ।

Leave A Reply

Your email address will not be published.