Latest Odisha News

BREAKING NEWS

ଚତୁର୍ଥ ପର୍ଯ୍ୟାୟରେ ମତଦାନ ସାବ୍ୟସ୍ତ କରିବେ ୯୯.୬୧ ଲକ୍ଷ ଭୋଟର, ୧୪ଶହ ବୁଥ୍ ହେବ ମହିଳାଙ୍କ ଦ୍ୱାରା ପରିଚାଳିତ

ଭୁବନେଶ୍ବର: ଜୁନ୍‌ ୧ ତାରିଖରେ ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ । ଏହି ଶେଷ ପର୍ଯ୍ୟାୟରେ ରାଜ୍ୟରେ ୯୯ ଲକ୍ଷ ୬୧ ହଜାର ଭୋଟର୍‌ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୫୦ ଲକ୍ଷ ୮୮ ହଜାର ପୁରୁଷ ଭୋଟର ରହିଥିବା ବେଳେ ୪୮ ଲକ୍ଷ ୭୨ ହଜାର ମହିଳା ଭୋଟର । ସେହିପରି ୬ ହଜାର ୮୭ ଜଣ ତୃତୀୟ ଲିଙ୍ଗି ଭୋଟର ରହିଛନ୍ତି । ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସେହିଭଳି ରାଜ୍ୟରେ ୧୦ ହଜାର ୮୮୨ ଟି ମତଦାନ କେନ୍ଦ୍ରରେ ଭୋଟର୍‌ ମତଦାନ କରିବେ । ୧୪ ଟି ବୁଥ୍‌ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ। ଏହି ପର୍ଯ୍ୟାୟରେ ୨୦ ପ୍ରତିଶତ ଆଦର୍ଶ ବୁଥ୍ ରହିଛି । ନିର୍ବାଚନ କାର୍ଯ୍ୟରେ ୭୦ ହଜାରରୁ ଅଧିକ ପୋଲିଂ କର୍ମଚାରୀ ନିୟୋଜିତ ହେବେ । ପିଡବ୍ଲୁଡି ପକ୍ଷରୁ ଭୋଟରଙ୍କ ପାଇଁ ନିଃଶୁଳ୍କ ପରିବହନ ବ୍ୟବସ୍ଥା ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ତେବେ ଗତଥର ପରି ଏଥର ମଧ୍ୟ ପୋଲିଂ ବୁଥ୍‌କୁ ମୋବାଇଲ ଫୋନ ନେବାକୁ ମନା କରାଯାଇଛି । ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ମୈଦାନରେ ୪୬୦ ଜଣ ପ୍ରାର୍ଥୀ ଅଛନ୍ତି । ସେଥିମଧ୍ୟରେ ୩୯୪ ବିଧାନସଭା ପ୍ରାର୍ଥୀ ଏବଂ ୬୬ ଲୋକ ସଭା ପ୍ରାର୍ଥୀ ରହିଛନ୍ତି ।

Leave A Reply

Your email address will not be published.