Latest Odisha News

BREAKING NEWS

ମା’ବିରଜାଙ୍କ ନବରାତ୍ର ପୂଜା ଓ ରଥଯାତ୍ରା ଶେଷ, ପୀଠରେ ବିଜୟା ଦଶମୀ ପାଳିତ

ଯାଜପୁର: ଶେଷ ହୋଇଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ନବରାତ୍ର ପୂଜା ଓ ରଥଯାତ୍ରା। ଆଜି ମା’ଙ୍କ ପୀଠରେ ପାଳିତ ହେଉଛି ବିଜୟା ଦଶମୀ। ପରମ୍ପରା ଅନୁଯାୟୀ, ଗତକାଲି ରଥଯାତ୍ରାର ଶେଷ ଦିନରେ ମା’ରଥରୁ ଓହ୍ଲାଇ ବିଳମ୍ବିତ ରାତିରେ ଲାଖବିନ୍ଧା ପଡ଼ିଆକୁ ଯାଇ ଚାରି ଦିଗକୁ ସରନିକ୍ଷେପ କରି ମହିଷାସୁରକୁ ବଧ କରିଥିଲେ।

ଆଜି ମା’ଙ୍କ ପୀଠରେ ମହାଦଶମୀ ପାଳନ ହେଉଛି। ମାଆ ଅପରାଜିତା ମନ୍ତ୍ରରେ ପୂଜା ପାଉଛନ୍ତି। ଗତ ୯ଦିନ ଧରି ଚାଲିଥିବା ମା’ଙ୍କ ଲୀଳାଖେଳାର ଶେଷ ହୋଇଛି। ଆଜି ବିଜୟା ଦଶମୀ ଅବସରରେ ବିଳମ୍ବିତ ରାତିରେ ଘଟ ନିମଜନ ହୋଇ ଦୁର୍ଗୋତ୍ସବ ଉଦଯାପିତ ହେବ।

ଚଳିତବର୍ଷ କରୋନା କଟକଣା ଯୋଗୁଁ ମନ୍ଦିର ଚାରିପଟେ ୧୪୪ଧାରା ଲାଗିଥିବାବେଳେ ଆଜି ହଟାଇ ଦେଇଛି ଜିଲ୍ଲା ପ୍ରଶାସନ। କଟକଣା ହଟାଇବା ପରେ ଶ୍ରଦ୍ଧାଳୁମାନେ ମନ୍ଦିର ପାଖରୁ ମୁଣ୍ଡିଆ ମାରିବା ପାଇଁ ସୁଯୋଗ ପାଇଁ ବେଶ୍ ଖୁସି ପ୍ରକଟ କରିଛନ୍ତି। ଚଳିତ ପୂଜାରେ ନବରାତ୍ର ପୂଜା ସୁରଖୁରରେ ଶେଷ ହୋଇଥିବାରୁ ମନ୍ଦିର ପ୍ରଶାସକ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

Leave A Reply

Your email address will not be published.